ପଥର କ୍ରସର ବିସ୍ଫୋରଣ ଘଟଣାରେ ସ୍ୱାମୀ ମ୍ୟାନେଜର ଗିରଫ ,ମାଲିକାଣି ଫେରାର୍

0
11

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଅଧିନସ୍ଥ ରଘୁନାଥପୁର ଗାଁ ନିକଟରେ ଏ.ବି ନାମକ କ୍ରସରେ ହୋଇଥିବା ବିସ୍ଫୋରଣ ମାମଲାରେ ଆଜି ବ୍ରହ୍ମପୁର ପୋଲିସ ଦୁଇଜଣକୁ ଗିରଫ କରିଛି ।
ସେମାନେ ହେଲେ କ୍ରସର ମାଲିକଙ୍କ ସ୍ୱାମୀ ସନ୍ତୋଷ କୁମାର ରାଉତ କ୍ରସର ମ୍ୟାନେଜର ଅମିତାବତନ ବିଷୋୟୀ । ସୂଚନାଯୋଗ୍ୟ କି ଗତ ୧୯ ତାରିଖରେ ବେଆଇନ ଭାବେ ନିର୍ମିତ ହୋଇଥିବା ଏହି କ୍ରସର ରେ ଶ୍ରମିକମାନେ ବିସ୍କୋରକ ନେବା ବେଳେ ଏଥିରେ ବିସ୍କୋରଣ ଘଟି ଏ .ସନ୍ତୋଷ କୁମାର ଏବଂ ସୁରେଶ ପାତ୍ରଙ୍କ ମୃତ୍ୟୁ ଘଟିବା ବେଳେ ତିନିଜଣ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସା ଜାରୀ ରହିଥିବା ବେଳେ ଏମାନଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ତେବେ ଏତେ ପରିମାଣର ବିସ୍କୋରକ କିଭଳି ଭାବେ ମହଜୁଦ୍ ଥିଲା ଓ କେଉଁ ପରିସ୍ଥିତିରେ ବିସ୍ପୋରଣ ହେଲା ସେ ନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସ୍ ପି ପିନାକ୍ ମିଶ୍ର ଘଟଣା ସ୍ଥଳେ ପହଞ୍ଚି ଘଟଣା କୁ ଗୁରୁତ୍ୱର ସହ ନେଇ କ୍ରସର ର କାଗଜପତ୍ର ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ପକାଇଥିଲେ । ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ଏଥିରେ ଅବ୍ୟବସ୍ଥା ଦେଖି ସଦର ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ ଆଜି ସଦରଥାନା ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି । ତେବେ କ୍ରସର ମୁଖ୍ୟ ଅର୍ଥାତ୍
ମାଲିକାଣି ବର୍ତ୍ତମାନ ସୁଦ୍ଧା ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇ ତନାଘନା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ତେବେ ଆଜି ଏହି ଦୁଇ ଅଭିଯୁକ୍ତିଙ୍କୁ ଥାନା କେସ୍ ନଂ ୧୧୪/୨୧ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ ପି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here