ମିଳିତ ଅବକାରୀ ଚଢାଉ;ବ୍ୟାପକ ମଦ ଜବତ ସହ ୯ ଗିରଫ

0
4

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଗଞ୍ଜାମ ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକ ଗଞ୍ଜାମ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ଭଞ୍ଜନଗର ଅବକାରୀ ବିଭାଗ ଓ ପୋଲିସ ମିଳିତ ସହାୟତାରେ ନାହାତୁଟ ସାହି, ବଡ ମରାଠୀ ସାହି, ବଡକୋଦଣ୍ଡା ଓ ବିଡ଼ିପୁର ଅଞ୍ଚଳରେ ଚଢାଉ କରାଯାଇ ୮୩୦ ଲିଟର ହାତରନ୍ଧା ଚୋରାମଦ,୭୨୮୦ ଲିଟର ଗୁଡ ମିଶ୍ରିତ ପୋଚ, ୮ଲିଟର ଓଏସ ମଦ,୪୩୨୦ ଲିଟର Imfl ଏବଂ ୬୨୫୦ ଲିଟର ବିୟର ଜବତ କରାଯାଇଛି। ଏହି ବେଆଇନ କାରବାର ରେ ସମ୍ପୃକ୍ତ ଥିବା 9 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ 11 ଜଣଙ୍କ ନାମରେ କେସ ରେଜିଷ୍ଟର କରାଯାଇଛି | ଚଢାଉରେ ସ୍ଥାନୀୟ ପୋଲିସ, ବୁଗୁଡ଼ା, ଭଞ୍ଜନଗର, ଆସ୍କା, ଏସ. ଆଇ ଅବକାରୀ, ଡିଏସଏଫ ଛତ୍ରପୁର କର୍ମଚାରୀ ସାମିଲ ଥିଲେ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here