ଶାସନ ଆମ୍ବଗା ରେ ମହାନ୍ ସଂଘ ପକ୍ଷରୁ କରୋନା ସଚେତନତା କାର୍ଯୟକ୍ରମ

0
4

ବ୍ରହମପୁର, (ମହାରାଣୀ ନ୍ୟୁଜ ):
ସଂପ୍ରତି କରୋନା ଗଞ୍ଜାମରେ ଦ୍ୱିତୀୟ ଳହର ତାଣ୍ଡବ ଲୀଳା ର ଗତିରୋଧ କରିବା ନିମନ୍ତେ ମାଷ୍କ ଓ ସାମାଜିକ ଦୂରତା ମୂଳ ଆୟୁଧ। ଏଥିପ୍ରତି ଆମେ ସମସ୍ତେ ସଜାଗ ହେବା ସହ ଅନ୍ୟକୁ ଜାଗ୍ରତ କରିବା ଦ୍ୱାରା ନିଜେ, ପରିବାର ଓ ସମାଜକୁ ସୁରକ୍ଷିତ ରଖିପାରିବା।ଆଉ ଏହି ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବା ନିମନ୍ତେ ଅଗ୍ରଣୀ ଅନୁଷ୍ଠାନ ଦଶ ଦିନ ବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ ବରହମପୂର୍ ଓ ଏହାର ଆଖପାଖ ଗ୍ରାମରେ ହାତକୁ ନିଆଯାଇଛି।ଆଜି ନବମ ଦିବସରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶାସନ ଆମ୍ବଗାଁ
ଠାରେ କୋଡ଼ିଏ ହଜାର ଟଙ୍କାର କଟନ ମାସ୍କ୍ ବଣ୍ଟନ ସହ ସଚେତନତା କରାଯାଇଥିଲା। ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ମନୋଜ ସାବତ, ସଞ୍ଜୟ ମାଝୀ, ମହେନ୍ଦ୍ର ପାତ୍ର, ସୁରେଶ ତ୍ରିପାଠୀ, ବିଭୂତି ସାବତ, ଅନ୍ନପୂର୍ଣ୍ଣା ବେହେରା, ନମିତା ରାନୀ ରାଉତ, ବନ୍ଦିତା ତ୍ରିପାଠୀ, ଟି କମଲି, ପ୍ରସାନ୍ତ ନାୟକ, ନିଗମାନନ୍ଦ ସ୍ୱାଇଁ, ବରୁଣ ସାବତ, ସମର କୁମାର ସ୍ୱାଇଁ ଙ୍କ ସମେତ ସଂଘ ଓ ଗ୍ରାମର ବହୁ ଯୁବକ ସାମାଜିକ ଦୂରତା ଅମ୍ବଲମ୍ବନ୍ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ|

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here