କରୋନା ସାଙ୍ଗକୁ ଡ଼ରାଇଲାଣି ଖରା

0
12

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): କରୋନାକୁ ନେଇ ବ୍ରହ୍ମପୁରବାସୀ ଭୟଭୀତ ଅଛନ୍ତି |ପ୍ରତିଦିନ ସଂକ୍ରମିତ ସଂଖ୍ୟା ବଢୁଛି |ଏବେ କରୋନାର ପ୍ରକୋପ ସାଙ୍ଗକୁ ଖରା ଗୁଳୁଗୁଳି ଅଧିକା ଡ଼ରାଇଲାଣି |ଘରୁ ନବାହାରିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ପେଟପାଟଣା ଚିନ୍ତା ସମସ୍ତଙ୍କୁ ଘାରିଛି |ପ୍ରଚଣ୍ଡ ଖରା ଯୋଗୁଁ ଦିନ 10ଟା ପରେ ବାହାରକୁ ବାହାରିବା ଅସମ୍ଭବ ହେଉଛି |ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ଲୋକେ |ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର କୋଟା କହିଛନ୍ତି ଯେ, ମଣିଷ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି |ବର୍ତମାନ ସମୟରେ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୁରେଇ ରହିବା ଉଚିତ |କରୋନା ଭାଇରସ ବାୟୁରେ ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ରହେ |ତେଣୁ ବର୍ତ୍ତମାନ ସମୟରେ ସାମୁହିକ ସ୍ତରରେ ଏୟାରକଣ୍ଡିସନର ଠାରୁ ଦୁରେଇ ରହିବା ଉଚିତ |ସପିଂ ମଲ ଆଦି ସ୍ଥାନକୁ ନଯିବା ଭଲ |ଯଦି ଯାଆନ୍ତି ତେବେ କନା ମାସ୍କ ଓ ସର୍ଜିକାଲ ମାସ୍କ ଉଭୟକୁ ବ୍ୟବହାର କରିବା ଉଚିତ ବୋଲି ଡାକ୍ତର କୋଟା କହିଛନ୍ତି |ଜଣେ ବ୍ୟକ୍ତି ଏକ କୋଠରୀ ମଧ୍ୟରେ ରହିଲେ ଏସି ବ୍ୟବହାର କଲେ ଅସୁବିଧା ନାହିଁ |ସେହିଭଳି ଏହି ସମୟରେ ପ୍ରଚୁର ପାଣି ପିଇବା ଉଚିତ ବୋଲି ସେ କହିଛନ୍ତି |କରୋନା ଓ ଖରା ଉଭୟକୁ ପ୍ରତିହିତ କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ଓ ସତର୍କତାର ଆବଶ୍ୟକତା ରହିଛି |ଅନ୍ୟପଟେ ବହୁ ସ୍ଥାନର ଦିନସାରା ବହୁ ଶ୍ରମିକ କାମ ନ କରି ବିଶ୍ରାମ ନେବାକୁ ଶ୍ରମିକଙ୍କୁ କୁହାଯାଇଛି |ଅନ୍ୟପଟେ ଗୁଳୁଗୁଳି ସହରବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି |ଖରାର ପ୍ରକୋପ ଓ ଗୁଳୁଗୁଳି ଯୋଗୁଁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି |ବାୟୁରେ ଆଦ୍ରତା ଭରି ରହିଥିବାରୁ ପାଗ ମେଘୁଆ ହେଲେ ଗୁଳୁଗୁଳି ଆରମ୍ଭ ହେଉଛି |ଟ୍ରାପ୍ ଲାଇନ ପ୍ରଭାବରେ ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ପାଗ ବିଚିତ୍ର ରହିଛି |ଏଣେ ମଙ୍ଗଳବାର ଦିଗପହଣ୍ଡି ଠାରେ କାଳବୈଶାଖୀ ପ୍ରଭାବରେ ଘରଦ୍ୱାର ଭାଙ୍ଗିପଡିଥିବା ବେଳେ ବ୍ରହ୍ମପୁର ସହରରେ ଗରମ ଅଧିକ ରହିଥିଲା |ଏହି ପରିସ୍ଥିତି ରେ ଘରେ ରହି ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି |

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here