ହୋମଗାର୍ଡଙ୍କୁ ନିଶାଶକ୍ତ ଯୁବକଙ୍କ ଆକ୍ରମଣ

0
14

ବ୍ରହ୍ମପୁର, ୨୨/୦୪/୨୧/(ମହାରାଣୀ ନ୍ୟୁଜ୍): ମଦ୍ୟପ ବ୍ୟକ୍ତିଙ୍କ ସ୍ଵଭାବ ଏତେଯେ ବଦଳି ଯାଏ ତାହା ବୁଝିବା କଷ୍ଟସାଧ୍ୟ । ଯେଉଁମାନେ ମଦ ପିଇ ଘରେ ସ୍ତ୍ରୀ, ବାପା ମାଁ, ପରିବାରକୁ ଚିନ୍ହି ନ ପାରି ଗଣ୍ଡଗୋଳ କରନ୍ତି ଠିକ୍ ସେହିପରି ପରି କିଛି ମଦ୍ୟପ ଆମ ସମାଜ ପାଇଁ ଯିଏ ଦିନ ରାତି ଏକ କରି ନିଜର କର୍ତ୍ତବ୍ୟ କରିଥିବା ସେଭଳି ଜଣେ ହୋମଗାର୍ଡଙ୍କୁ ଆକ୍ରମଣ କରିବାରେ ପଛାଇ ନାହାନ୍ତି । ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ପ୍ରଶାନ୍ତ କୁମାର ତ୍ରିପାଠୀ ନାମକ ଏକ ହୋମଗାର୍ଡକୁ ଦୁଇ ଦିନ ତଳେ ବ୍ରହ୍ମପୁର ସଦର ଥାନା ଶ୍ରୀଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାରେ ଭୋର ୩ଟା ବେଳେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ମଦ୍ୟପ ଯୁବକ। ଯାହା ଫଳରେ ତାଙ୍କ ତାଙ୍କ ମୁଣ୍ଡ ଏବଂ ପିଠିକୁ ଗଭୀର ଆଘାତ ଲାଗିଛି । ଏ ନେଇ ସେ ବୁଧବାର ବୈଦ୍ୟନାଥପୁର ଥାନାରେ ଏତଲା ଦୟାର କରିଛନ୍ତି । ସୂଚନାନୁଯାଇ ପ୍ରଶାନ୍ତ ତ୍ରିପାଠୀ ସଦର ଥାନାରେ ଦୀର୍ଘ ଦିନ ଧରି ହୋମଗାର୍ଡ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେ ରାତିରେ ନାଇଟ୍ ପେଟ୍ରୋଲିଂ ସାରି ଘରକୁ ଫେରୁଥିବା ବେଳେ ଏମକେସିଜି ମେଡିକାଲ ଖେଳପଡ଼ିଆ ନିକଟରେ ଥିବା ଅନ୍ଧାରିଆ ରାସ୍ତାରେ ପୂର୍ବରୁ ଛପି ରହିଥିବା ୩ ଯୁବକ ହଠାତ୍ ପ୍ରଶାନ୍ତଙ୍କ ଗାଡି ସମ୍ମୁଖକୁ ଆସି ଅଟକାଇଥିଲେ । ପ୍ରଶାନ୍ତ ପାଟି ଖୋଲିବା ଆଗରୁ ସେ ତିନି ଯୁବକ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ । ମୁହଁକୁ ଗଭୀର ଆଘାତ ହୋଇଥିବା ଯୋଗୁଁ ସେ ରକ୍ତାକ୍ତ ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କ ମୋବାଇଲ୍ ଦୁର୍ବୃତ୍ତମାନେ ଚୋରି ନେଇଯାଇଥିବା ଅଭିଯୋଗ ହୋଇଛି । ଏହାସହ ବାଇକ୍ ଏବଂ ମନୀପର୍ସ ମଧ୍ୟ ନେଇ ଯିବାକୁ ବସିଥିଲେ କିନ୍ତୁ ପ୍ରଶାନ୍ତ ପାଟି କରିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଘଟଣାରୁ ପ୍ରକାଶ କି ଗତ ସୋମବାର ଦିନ ସଦର ଥାନା ଗାଡ଼ି ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ କିଛି ଅସମାଜିକ ଯୁବକ ମେଡିକାଲ ଖେଳ ପଡ଼ିଆ ଠାରେ ବସି ମଦ ପିଉଥିଲେ । ସେହିଦିନ ନାଇଟ୍ ପେଟ୍ରୋଲିଂ କରୁଥିବା ହୋମ ଗାର୍ଡ ସହ ମଦୁଆ ଯୁବକଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ବିଳମ୍ବିତ ରାତିରେ ମଦ ପିଉଥିବା ଯୋଗୁ ଥାନା ପୋଲିସ କର୍ମଚାରୀ ଓ ହୋମଗାର୍ଡ କିଛି ତାଗିତ କରିବା ସହ ଥାନାକୁ ଯିବା କହିବା ବେଳେ ମଦୁଆ ଯୁବକ ମାନେ ପୋଲିସ ଅଧିକାରୀଙ୍କୁ କ୍ଷମା ମାଗି ସେଠାରୁ ଚାଲି ଯାଇଥିଲେ । ତେବେ ପୂର୍ବ ରାତିର ରାଗର ବଶବର୍ତ୍ତୀ ହୋଇ ପର ଦିନ ସଦର ଥାନାର ଅନ୍ୟଜଣେ ହୋମଗାର୍ଡ ପ୍ରଶାନ୍ତକୁ ମରଣାନ୍ତକ ଆକ୍ରମଣ କରିଥିଲେ । କିନ୍ତୁ ପୂର୍ବଦିନ ଯେଉଁ ହୋମଗାର୍ଡ ମାନେ ଯୁବକ ମାନଙ୍କୁ ତାଗିତ କରିଥିଲେ ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡ ସମ୍ପୂର୍ଣ୍ଣ ପରସ୍ପର ଭିନ୍ନ ଅଟନ୍ତି । ଯୁବକ ମାନେ ନିଶାଶକ୍ତ ଥିବାରୁ ତାଗିତ କରିଥିବା ହୋମଗାର୍ଡ ଓ ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡଙ୍କ ମଧ୍ୟରେ ଚିନ୍ହିବା ସମ୍ଭବପର ହୋଇନଥିଲା । ଏହି ଘଟଣାରରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ସିଦ୍ଧାର୍ଥ ନଗର ଅଞ୍ଚଳର କିଛି ଯୁବକ ମାନଙ୍କୁ ଆଣି ଥାନାରେ ପଚରା ଉଚରା କରୁଛି । ସିଦ୍ଧାର୍ଥନଗର ଅଞ୍ଚଳର କିଛି ଯୁବକ ମଦ ପିଇ ଏହି କାଣ୍ଡ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ତେବେ ସବୁଠାରୁ ବଡ ପ୍ରଶ୍ନ କି ସୁରକ୍ଷାକର୍ମୀଙ୍କୁ ଯେଉଁଠି ନିଜେ ସୁରକ୍ଷା ନାହାନ୍ତି ସାଧାରଣ ଜନତା କେତେ ସୁରକ୍ଷିତ ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here