ଯୁକ୍ତ ୨ ପରୀକ୍ଷା ସୁନିଶ୍ସଚିତ ;ମତ ଦେଲେ ମନ୍ତ୍ରୀ ସମୀର ଦାସ

0
8

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଉପରମୁହାଁ କରୋନା ଗ୍ରାଫ କୁ ଦେଖି କିଛି ଦିନ ପୂର୍ବେ ମାଟ୍ରିକ ପରୀକ୍ଷା କୁ ବାତିଲ କରି ଦିଆଯାଇଥିବା ବେଳେ ଏବେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ |ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ରାସ୍ତାକୁ ଓଲ୍ଲହାଇ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରଛାତ୍ରୀ |ହେଲେ ପିଲାମାନେ ଏବେ ପାଠପଢ଼ାରେ ମନୋନିବେଶ କରନ୍ତୁ |ଜୁନ୍ ରେ ସ୍ଥିତି ଦେଖି ପରୀକ୍ଷା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ସଫା ସଫା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ |ମନ୍ତ୍ରୀ କହିଛନ୍ତି ,ମାଟ୍ରିକ ପରୀକ୍ଷା ବନ୍ଦ ହେଉ ବୋଲି କାହାର ଇଚ୍ଛା ନଥିଲା |ପରୀକ୍ଷା କରାଇବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ହେଲେ ଦୁର୍ଭାଗ୍ୟ ବଶତଃ ହୋଇପାରିନଥିଲା |କିନ୍ତୁ ଯୁକ୍ତ ୨ ପିଲା ପାଠ ପଢ଼ାରେ ମନୋନିବେଶ କରନ୍ତୁ |ସେତେବେଳେ ବାତାବରଣ ଠିକ ହେଲେ ପରୀକ୍ଷା ହେବା ସ୍ୱାଭାବିକ |ତେଣୁ ଜୁନ୍ ପର୍ଯ୍ୟନ୍ତ ସେମାନେ ପାଠ ପଢିବା ଦରକାର |ତାଙ୍କ ପାଠ ତାଙ୍କ ନିକଟରେ ରହିବ କେହି ନେଇଯିବେ ନାହିଁ |ଜୁନ୍ ପ୍ରଥମ ସପ୍ତାହରେ ସ୍ଥିତିକୁ ଦେଖି ନିଷ୍ପତି ନିଆଯିବ |ବିଭାଗ ପକ୍ଷରୁ ଠିକ ସମୟରେ ଠିକ ନିଷ୍ପତି ନିଆଯିବ |ଏହାବ୍ୟତୀତ ଯୁକ୍ତ ୨ ଛାତ୍ରଛାତ୍ରୀ ଦଶମ ଛାତ୍ରଛାତ୍ରୀ ଙ୍କ ଠାରୁ ବୟସରେ ବଡ ,ତେଣୁ ସେମାନେ ପରୀକ୍ଷା ବାତିଲ ଦାବି ନକରି ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି |ସୂଚନାଯୋଗ୍ୟ ,କରୋନାର କୋପ ଦେଖି ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ଗତ 21 ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଥିଲେ |ଏହାବ୍ୟତୀତ ଗ୍ରେଡେସନ ବା ମାର୍କି କିପରି ହେବ ତାହା ବୋର୍ଡ ନିର୍ଦ୍ଧାରିତ କରିବ ବୋଲି କହିଥିଲେ |ଏହାବ୍ୟତୀତ ,ଓଡିଶା ରାଜ୍ୟ ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ଗୁଡିକୁ ମଧ୍ୟ ବାତିଲ କରିଦିଆଯାଇଛି |ଏହି ବୋର୍ଡ ମାନଙ୍କ ଦ୍ୱାରା ନିର୍ଧାରିତ ପଦ୍ଧତି ଅନୁଯାୟୀ ,ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବ |ଯେଉଁମାନେ ଅସହମତି ପ୍ରକାଶ କରିବେ ,କୋଭିଡ ମହାମାରୀ ପ୍ରଶମିତ ହେବା ପରେ ବୋର୍ଡ ମାନଙ୍କ ଦ୍ୱାରା ନିର୍ଧାରିତ ଦିବସରେ ପରୀକ୍ଷା ଦେଇପାରିବେ |ସୂଚନାଯୋଗ୍ୟ ,ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ସମ୍ମୁଖ ରେ ତଥା ମୟୁରଭଞ୍ଜ ଜିଲ୍ଲାପାଳଙ୍କ ବାସଭବନ ଆଗରେ ଦଶମ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ |ଏପରିକି ଜିଲ୍ଲାପାଳଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ |ବିଭନ୍ନ ଆଡୁ ପ୍ରତିବାଦ ଆରମ୍ଭ ହେବା ପରେ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ ଘୋଷଣା କରାଯାଇଥିଲା |ହେଲେ ଯୁକ୍ତ ୨ ଛାତ୍ରଛାତ୍ରୀ ଦଶମ ଛାତ୍ରଛାତ୍ରୀଙ୍କ ଠାରୁ ବୟସରେ ବଡ ହୋଇଥିବାରୁ ସେମାନେ ପରୀକ୍ଷା ବାତିଲ ଦାବି ନକରି ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି |

ରିପୋର୍ଟ :ପ୍ରଜ୍ଞା ପଣ୍ଡା

LEAVE A REPLY

Please enter your comment!
Please enter your name here