ଆଉ ଆଇନଜୀବୀ ଙ୍କୁ ସର୍ଭିସ ଟ୍ୟାକ୍ସ ପାଇଁ ନୋଟିସ ହେବନାହିଁ

0
20

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଆଉ ଆଇନଜୀବୀଙ୍କୁ ଟ୍ୟାକ୍ସ ପଇଠ ପାଇଁ ଅଯଥା ନୋଟିସ ଜାରି କରାଯିବ ନାହିଁ |ହାଇକୋର୍ଟଙ୍କ ମାର୍ଚ୍ଚ 31rର ନିର୍ଦ୍ଧେଶ ପାଳନ କରି ଜିଏସଟି କମିସନରେଟ ର ସମସ୍ତ ଅଧିକାରୀ ଙ୍କୁ ସ୍ପଷ୍ଟ ନିର୍ଦ୍ଧେଶନାମା ଜାରି କରାଯାଉଛି |ସର୍ଭିସ ଟ୍ୟାକ୍ସ /ଜିଏସଟି ରୁ ଆଇନ ଅନୁସାରେ ମୁକ୍ତ କରାଯାଇଥିବା ବେଳେ ଏଥିପାଇଁ ଆଉ ନୋଟିସ ଜାରି କରାଯିବ ନାହିଁ |ଏ ନେଇ ହାଇକୋର୍ଟ ରେ ଭୁବନେଶ୍ୱର ଜିଏସଟି ଆଣ୍ଡ ସେଣ୍ଟ୍ରାଲ ଏକ୍ସାଇଜ କମିସନରେଟ ର ପ୍ରମୁଖ କମିଶନର ବି. କେ. କର ସତ୍ୟପାଠ ଦାଖଲ କରିଛନ୍ତି |ସତ୍ୟପାଠରେ ଦର୍ଶାଯାଇଛି ଯେ ,ଓଡିଶା ରାଜ୍ୟରେ ଭୁବନେଶ୍ୱର ଓ ରାଉରକେଲାରେ ଦୁଇଟି ଜିଏସଟି କମିସନରେଟ ରହିଛି |ହାଇକୋର୍ଟଙ୍କ ନିର୍ଦ୍ଧେଶ ପାଳନ କରି ଦୁଇ କମିସନରେଟ ର ସବୁ ଡ଼ିଭିଜନର ସମସ୍ତ ଆସିଷ୍ଟାଣ୍ଡ କମିଶନର ,ଡେପୁଟି କମିଶନରଙ୍କୁ ସ୍ପଷ୍ଟ ନିର୍ଦ୍ଧେଶନାମା ଜାରି କରାଯାଇଛି |ଏ ସମ୍ପର୍କିତ ନିର୍ଦ୍ଧେଶନାମା ର କପି ସତ୍ୟପାଠ ସହିତ ହାଇକୋର୍ଟରେ ଦାଖଲ କରାଯାଇଥିଲା |ଏଥିସହିତ ଆବେଦନକାରି ଆଇନଜୀବୀ ଡ଼ି. ପି. ତ୍ରିପାଠୀ ଙ୍କ ପ୍ରସଙ୍ଗରେ ଜାରି କରାଯାଇଥିବା ନୋଟିସ ଓ ଅନ୍ୟାନ୍ୟ ପ୍ରକ୍ରିୟା ବନ୍ଦ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା |ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି. ପି. ରାଉତରାୟ ଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟପାଠରେ ରହିଥିବା ତଥ୍ୟକୁ ବିଚାରକୁ ନେଇ ଏ ସମ୍ପର୍କିତ ମାମଲାର ଶୁଣାଣୀରେ ପୂର୍ଣ୍ଣଛେଦ ପକାଇଛନ୍ତି |କେନ୍ଦ୍ର ସରକାର ଙ୍କ ପକ୍ଷରୁ ଆସିଷ୍ଟାଣ୍ଡ ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିଲେ |ମାମଲାର ବିବରଣୀରୁ ପ୍ରକାଶ୍ୟ ଯେ ,ଆଇନଜୀବୀଙ୍କୁ ସର୍ଭିସ ଟ୍ୟାକ୍ସ /ଜିଏସଟି ରୁ ଆଇନ ଅନୁସାରେ ମୁକ୍ତ କରାଯାଇଥିବା ବେଳେ ସେମାନଙ୍କୁ ବାରମ୍ବାର ଏ ନେଇ ନୋଟିସ କରାଯିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଥିଲେ |ମାର୍ଚ୍ଚ 31ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ସର୍ଭିସ ଟ୍ୟାକ୍ସ /ଜିଏସଟି ପଇଠ ପାଇଁ ଆଇନଜୀବୀଙ୍କୁ ନୋଟିସ ଜାରି ନ କରିବାକୁ ଜିଏସଟି କମିଶନର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବେ ବୋଲି କଡା ନିର୍ଦ୍ଧେଶ ଦେଇଥିଲେ |

ରିପୋର୍ଟ :ଅମୀୟ ପଣ୍ଡା

LEAVE A REPLY

Please enter your comment!
Please enter your name here