କୋରନା ନେଲା ୪ ଦିନରେ ୪ ସାମ୍ବାଦିକଙ୍କ ଜୀବନ

0
15

ବ୍ରହ୍ମପୁର, ୨୩/୦୪/୨୧/(ମହାରାଣୀ ନ୍ୟୁଜ୍): କରୋନାର ଦ୍ଵିତୀୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଆଉ ଏହାର କବଳରେ ବହୁ ଜନ ଜୀବନ । ଜନ ସାଧାରଣଙ୍କୁ ସଚେତନା କରିବା ଲାଗି ଦିନ ରାତି ଅହରହ ପ୍ରଚେଷ୍ଟା ଚଳାଇ ଆସୁଥିବା ଦେଶର ଚତୁର୍ଥ ସ୍ତମ୍ଭ ମଧ୍ୟ ଏହି କରୋନା ଜାଲରୁ ମୁକୁଳି ପାରିନାହିଁ । ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ ୪ ସାମ୍ବାଦିକ କରୋନାରେ ଆଖି ବୁଜିଛନ୍ତି । ଶୁକ୍ରବାର ଦିନ କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା( ୨୫)ଙ୍କ ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଅନୁଭବ କରି ହୋମ ଆଇସଲୋସେନ ରେ ଚିକିତ୍ସିତ ହେଉଥିଲେ । ପରେ ପରିବାର ଲୋକେ ତାଙ୍କର କରୋନା ଟେଷ୍ଟ ପରୀକ୍ଷା ନିମନ୍ତେ ଗତ ଦୁଇ ଦିନ ତଳେ ବ୍ରହ୍ମପୁର ଏମକେସିଜି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କରୋନା ନମୁନା ପରୀକ୍ଷା ବେଳେ ପଜିଟିଭ ଥିବା ଜଣାପଡ଼ିଥିଲା । କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ମଧ୍ୟ ହେଉଥିଲେ । ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ଅକ୍ସୀଜେନ ନେବାରେ ତାଙ୍କୁ ଭାରି ସମସ୍ୟା ହେବାରେ ଲାଗିଥିଲା ଫଳରେ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ତରଫରୁ ସୂଚନା ଦିଆଯାଇଛି । ଦୈନିକ ଖବରକାଗଜ ଓଡ଼ିଶା ଏକ୍ସପ୍ରେସର କୁକୁଡାଖଣ୍ଡି ବ୍ଲକ୍ର ପ୍ରତିନିଧୂ ଭାବେ କାର୍ଯ୍ୟ କରୁଥିଲେ ଏବଂ ସେ ଜଣେ ଭଲ କ୍ରୀଡ଼ାବିତରେ ଖୋକ ଖେଳରେ ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ଏଭଳି ଜଣେ ସାମ୍ବାଦିକ ତଥା କ୍ରୀଡ଼ାବିତଙ୍କର ମୃତ୍ୟୁ ଖବର ଜିଲ୍ଳା ର ସାମ୍ବାଦିକ ମହଲ ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେହିପରି ନିତିଦିନ ଖବର କାଗଜର ଚିକିଟି ର ଯୁବ ସାମ୍ବାଦିକ ମନୋଜ କୁମାର ସାହୁ ଆଜି ୧୦ଟା ରେ ସମୟରେ କରୋନାରେ ମୃତ୍ୟୁ କରିଥିବା ପରିବାର ଲୋକେ କହିଛନ୍ତି । ଶ୍ୱାସକ୍ରିୟା ଜନିତ ସମସ୍ୟା ଏବଂ ଅକ୍ସୀଜେନ ନେବାରେ ତାଙ୍କୁ ଭାରି ସମସ୍ୟା ହେଉଥିବା ଯୋଗୁ ସେ ଗତ ଦୁଇଦିନ ତଳେ ଏମକେସିଜି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଏମକେସିଜି ମେଡ଼ିକାଲରେ ଦୁଇ ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ସେହିପରି ପୂର୍ବରୁ ଅର୍ଥାତ୍ ୨୦ ତାରିଖରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଶେରଗଡ ଅଞ୍ଚଳର ଅନୁପମ ଭାରତ ବରିଷ୍ଠ ସାମ୍ବାଦିକ କରୁଣାକର ସାହୁ ( ୫୫ ) ଏବଂ ଛତ୍ରପୁରର ଓଡିଶା ଫାଇଲ ର ଯୁବ ସାମ୍ବାଦିକ ନରେଶ ବେହେରାଙ୍କ ମୃତ୍ୟୁ ଘଟିଛି । ଏଭଳି ଭାବେ ୪ ଦିନରେ ୪ ସାମ୍ବାଦିକଙ୍କ ଅକାଳ ବିୟୋଗ ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଏହି ଖବର ପ୍ରକାଶ ହେବା ପରେ ଏହାକୁ ନେଇ ବ୍ରହ୍ମପୁର ପ୍ରେସ୍ କ୍ଳବ୍ ଓ ଗଞ୍ଜାମ ପ୍ରେସ୍ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ସହ ଆତ୍ମାର ସଦଗତି କାମନା କରାଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here