ନିୟମ କଡ଼ାକଡ଼ି, ନୋ ମାକ୍ସ ନୋ ପେଟ୍ରୋଲ୍

0
12

ବ୍ରହ୍ମପୁର, ୨୩/୦୪/୨୧/(ମହାରାଣୀ ନ୍ୟୁଜ୍): କରୋନା ର ଦ୍ଵିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାରୁ ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପରିଧାନକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ଗୋପାଳପୁର ଅରୋ ଫିଲିଙ୍ଗ ଷ୍ଟେସନ ଇଣ୍ଡିଆନ ଅଏଲ କର୍ପୋରେସନ୍ ଲିଃ. ପେଟ୍ରୋଲ ପମ୍ପରେ ନୋ ମାସ୍କ , ନୋ ପେଟ୍ରୋଲ ନିୟମ କଡ଼ାକଡ଼ି କରାଯାଇଛି । ମାସ୍କ ପରିଧାନ ନ କଲେ ପେଟ୍ରୋଲ ଓ ଡିଜେଲ୍ ମିଳିବ ନାହିଁ ବୋଲି ଗାଡ଼ି ଚାଳକଙ୍କୁ ସଚେତନ କରାଯାଉଛି । ସେହିପରି ବ୍ରହ୍ମପୁର ସହର କେତେକ ପେଟ୍ରୋଲ ପମ୍ପରେ ନୋ ମାସ୍କ , ନୋ ପେଟ୍ରୋଲ ନିୟମକୁ କଡ଼ାକଡ଼ି କରାଯାଇଥିବା ଦେଖୁକୁ ମିଳିଛି । ମାସ୍କ ଓ ସାମାଜିକ ଦୂରତ୍ବ ନାହିଁ ତ ଗ୍ରେସରି , ମେଡିସିନ୍ , ପରିବା ଓ ପେଟ୍ରୋଲ ମିଳିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି । ଗୋପାଳପୁର ସହର ତଥା ଏହାର ଆଖପାଖ ଅଞ୍ଚଳର ସମସ୍ତ ବ୍ୟକ୍ତି ବର୍ତ୍ତମାନ ମାସ୍କ ପିନ୍ଧୁଥିବା ଲକ୍ଷ୍ୟ କରାଯାଇଛି । ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଗ୍ରାହକମାନେ ସାମାଜିକ ଦୂରତ୍ବ ରକ୍ଷାକରି ବିଭିନ୍ନ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣ ଚେନ୍ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବା ପରେ ପେଟ୍ରୋଲ ଟାଙ୍କିକୁ ତେଲ ପକାଇବା ପାଇଁ ଆସୁଥିବା ଚଳକମାନେ ମାସ୍କ ପିନ୍ଧି ନଥିଲେ ପେଟ୍ରୋଲ କିମ୍ବା ଡିଜେଲ ଦିଆଯାଉନଥିବା ଦେଖିବାକୁ ମିଳିଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପ୍ରଶାସନ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ହୋଇଥିଲା ବେଳେ ଆମେ ମଧ୍ୟ ଏହାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବା ସହ ଔର ଫିଲିଂ ଷ୍ଟେସନ ଇଣ୍ଡିଆନ ଓଇଲ କର୍ପୋରେସନ ଲିମିଟେଡ୍‌ର ପେଟ୍ରୋଲ ପମ୍ପରେ ଏହି ନିୟମ କାର୍ଯ୍ୟକାରୀ କରୁଛୁ ବୋଲି ପମ୍ପ ମାଲିକ ପବିତ୍ର ମୋହନ ଦାସ ଏବଂ ମ୍ୟାନେଜର ଅନୁଜ୍ କୁମାର ସାହୁ କହିଛନ୍ତି । ନୋ ମାସ୍କ – ନୋ ପେଟ୍ରୋଲ ନିୟମ କାର୍ଯ୍ୟକାରୀ ହେବା ଦ୍ୱାରା ଆମେ ଆମର ଗ୍ରାହକଙ୍କୁ ସୁରକ୍ଷିତ ରଖିବା ସହ ପେଟ୍ରୋଲ ପମ୍ପରେ ଚାଳକ ତଥା ଗ୍ରାହକଙ୍କ ଗାଡ଼ିରେ ତେଲ ପକାଉଥିବା କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ରହିପାରିବେ । ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ଆରମ୍ଭ ହୋଇଥିବା ନୋ ମାସ୍କ – ନୋ ପେଟ୍ରୋଲ ନିୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here