ବ୍ରହ୍ମପୁର ରେ ୨୪ ନୁଆଁ କୋରନା ପଜିଟିଭ୍ ଚିହ୍ନଟ ,ଆରୋଗ୍ୟ ୧୯

0
46

ବ୍ରହ୍ମପୁର୨୫/୦୪/୨୧/(ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ପୁଣି ୨୪ଜଣ ନୂଆ କୋଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ସହରର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୫୭ ହୋଇଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ଗତକାଲି ୧୬୫ ଥିବା ବେଳେ ଆଜି ୧୭୦ ହୋଇଛି । ଅର୍ଥାତ୍ ଚିକିତ୍ସା ପରେ ୧୯ଜଣ ଆରୋଗ୍ୟ ଲାଭ କରିଛନ୍ତି । କୌଣସି କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସପ୍ତାହାନ୍ତ ସଡ଼ାଉନ୍ ପାଇଁ ଆଜି କୌଣସି କେନ୍ଦ୍ରରେ ଟିକାକରଣ ହୋଇନଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ନୂଆ କୋଭିତ୍ ଆକ୍ରାନ୍ତଙ୍କ ବୟସ ସୀମା ୨୫ରୁ ୮୫ବର୍ଷ ମଧ୍ୟରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ପୁରୁଷ ଏବଂ ୧୫ଜଣ ମହିଳା ଅଛନ୍ତି । ବିଏମ୍‌ସି ତଥ୍ୟ ମୁତାବକ ଗାନ୍ଧୀନଗରରୁ ସର୍ବାଧିକ ତିନି ଜଣ , ଗାନ୍ଧୀନଗର ଦ୍ବିତୀୟ ଗଳିରୁ ଜଣେ ,ଆମ୍ବପୁଆ ରୁ ଜଣେ , ଆଙ୍କୁଳି ରୁ ଦୁଇ ଜଣ ବଦ୍ରିରାଜନଗରର ଜଣେ , ଭବାନୀନଗର ପ୍ରଥମ ଗଳି ରୁ ଜଣେ , ବ୍ରଜନଗର ରୁ ଜଣେ ,ସିଡ଼ିଏମଓ କାର୍ଯ୍ୟାଳୟ ରୁ ଜଣେ , ଗଜପତି ନଗର ରୁ ଜଣେ , ଗୋଇଲୁଣ୍ଡି କୃଷ୍ଣନଗର ରୁ ଜଣେ ,ଗୋସାଇଁନୂଆ ଗାଁର ଜଣେ , ହିପାଟଣା ପ୍ରଥମ ଗଳିର ଦୁଇ ଜଣ . ହାଉସିଂବୋର୍ଡ଼ର ଦୁଇ ଜଣ ,ଖୋଡ଼ାସିଙ୍ଗିର ଦୁଇ ଜଣ ପ୍ରେମନଗରର ଜଣେ , ରାମକୃଷ୍ଣନଗର ପ୍ରଥମ ଗଳିର ଜଣେ , ଶାସ୍ତ୍ରୀନଗରର ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଗଞ୍ଜାମ ରେ ୧୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରିପୋର୍ଟ: ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here