କଡ଼ାକଡ଼ି ଯାଞ୍ଚ ପ୍ରଥମ ଦିନରେ ଢ଼ିଲା ,ଦ୍ୱିତୀୟ ଦିନରେ ସବୁ ଖୋଲା

0
4

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ରାଜ୍ୟରେ କରୋନା ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ମଧ୍ୟ ଢେର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୩୪ ନୂଆଁ ସଂକ୍ରମିତ ଚିନ୍ହଟ ହୋଇଛନ୍ତି । ଏଭଳି ସ୍ଥଳରେ ମହାମାରୀକୁ ଦମନ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହକୁ ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଛି । ଏହିଭଳି ପରିସ୍ଥିତିରେ ବ୍ରହ୍ମପୁର ସହରରେ ଶନିବାର ସକାଳ ୫ ଘଣ୍ଟା ଠାରୁ ସୋମବାର ୫ ଘଣ୍ଟା ସଟଡ଼ାଉନ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ଵାରା ଘୋଷଣା କରାଯାଇଛି । ବ୍ରହ୍ମପୁର ପୋଲିସ ପକ୍ଷରୁ ସହରରେ ଲାଞ୍ଜିପଲ୍ଲୀ ହାଇୱେ, ଟାଟା ବେଞ୍ଚ ଛକ, ଅନ୍ଧପସରା ରୋଡ଼, ଗେଟ୍ ବଜାର ଛକ, ଫାଷ୍ଟ ଗେଟ୍, ଲୋଚାପଡ଼ା ରୋଡ଼, ଖୋଡାସିଙ୍ଗ ବ୍ରିଜ୍ ଆଦି ଜାଗାରେ ୭ ଗୋଟି ଚେକ୍ ପୋଷ୍ଟ ସ୍ଥାପନ କରାଯାଇ କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ଅନେକାଂଶ ଛକରେ ଯାଞ୍ଚ ଢ଼ିଲା ହୋଇଥିବା ଯୋଗୁଁ ଆଜି ବ୍ରହ୍ମପୁର ଓଭର ବ୍ରିଜ୍ ତଳେ ମାଛ ବଜାର ଖୋଲା ଯାଇଥିଲା । ସେହିପରି ରାମହାରି ନଗର ସ୍କୁଲ ଠାରେ ମାଛ ହାଟ ଭଳି ମାଛ ଧରି ବସିଥିଲେ ମାଛ ବେପାରୀ ମାନେ । ଏହାସହ ସହରର ସମସ୍ତ ସାହି ଗଳିକନ୍ଦିରେ ମଧ୍ୟ ଅନେକାଂଶ ଦୋକାନ ଖୋଲାଥିବା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ପ୍ରଶାସନଏ ନେଇ ସକାଳ ସମୟରେ ସହରର ବିଭିନ୍ନ ଗଳିକନ୍ଦିରେ ସଟଡାଉନର ପ୍ରଭାବ ପରଖିଥିଲେ । ସହରରେ କେବଳ ଜରୁରୀ ସେବା ନିମନ୍ତେ ମେଡ଼ିକାଲ, ଗ୍ୟାସ, ପେଟ୍ରୋଲ ପମ୍ପ, ଏଟିଏମ ଏହି ସମସ୍ତକୁ ବାଦ ଦେଲେ ମୁଖ୍ୟ ବଜାରର ଛକ ଗୁଡିକରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ଯାତାୟତ ମଧ୍ୟ ଠପ୍ ରହିଥିଲା । ଯାହା ଫଳରେ ସହରର କେତେକ ସ୍ଥାନକୁ ଛାଡିଦେଲେ ପ୍ରାୟତଃ ସ୍ଥାନ ଖାଁ ଖାଁ ଦେଖିବାକୁ ମିଳିଥିଲା । ସେପଟେ କିଛି ଅମାନିଆ କଟକଣାକୁ ନ ମାନି ବାହାରେ ବୁଲୁଥିବାର ଦେଖିବାକୁ ମଧ୍ୟ ମିଳିଥିଲା । ଜରୁରୀ ସେବା ପାଇଁ ଆସୁଥିବା ଗାଡିକୁ ଅନୁମତି ଦେବାସହ ନିୟମ ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜୋରିମାନା ଆଦାୟ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here