ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟୀକା:ମୁଖ୍ୟମନ୍ତ୍ରୀ ;ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ :ମୁଖ୍ୟମନ୍ତ୍ରୀ

0
14

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା , ଆସନ୍ତା ମେ ପହିଲାରୁ ରାଜ୍ୟର ୧୮ ରୁ ୪୫ ବର୍ଷର ସମସ୍ତ ବ୍ୟକ୍ତିଙ୍କୁ ମାଗଣା ଟୀକା ଦିଆଯିବ । ଏ ବାବଦ ରେ ସମସ୍ତ ଅର୍ଥ ସରକାର ବହନ କରିବେ । ଏ ବାବଦକୁ ୨ ହଜାର କୋଟି ଟଙ୍କାର ବୋଝ ସରକାର ବହନ କରିବେ । ଗତକାଲି ଟୀକା ପାଇଁ ସରକାର ଅର୍ଡ଼ର ଦେଇସାରିଛନ୍ତି , ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶ ଆଜି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଗତବର୍ଷଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର ରହିଛି । ଏଭଳି କଠିନ ସ୍ଥିତି ଭାରତ ଇତିହାସରେ କେବେ ଆସିନଥିଲା । ଏଭଳି ସ୍ଥିତିରେ ଓଡିଶା ୬ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଛି । ରାଜ୍ୟର ସୀମାନ୍ତ ଜିଲ୍ଲାରେ ସଂକ୍ରମଣର ଗଭୀର ପ୍ରଭାବ ପଡିଛି । ପରିସ୍ଥିତି ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ନବୀନ ଆହ୍ୱାନ ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରି କହିଛନ୍ତି ଯେ, ‘ରାଜ୍ୟର ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ କରୋନା ଟିକା ମିଳିବ । ଏବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ ।’ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ପ୍ରତ୍ୟେକଟି ମୃତ୍ୟୁ ପଛରେ ରହିଛି ଗୋଟିଏ ଗୋଟିଏ ପରିବାରର ଦୁଃଖଭରା କାହାଣୀ । ମୁଁ ଆପଣମାନଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ ଆପଣମାନେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ । ସାବଧାନ ରହନ୍ତୁ । ବଢୁଥିବା ମାମଲକୁ ଦୃଷ୍ଟିରେ ରଖି କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍ ଡ଼ାଉନ୍ ସଟ ଡାଉନ୍ ମୁଁ କେବେବି ଚାହେଁ ନାହିଁ । ଏହା ଆମ ଅର୍ଥନୀତିକୁ ଦୁର୍ବଳ କରି ଦେଉଛି । ଆମେ ନିୟମ ମାନିଲେ ବିନା ଲକ୍ ଡ଼ାଉନରେ କୋଭିତ୍ ଯୁଦ୍ଧ ଜିତିପାରିବା । ରାଜ୍ୟବାସୀ ଦାୟିତ୍ୱ ପ୍ରତି ସଚେତନ ନହେଲେ ସରକାର ସବୁକିଛି କରିପାରିବେ ନାହିଁ । ଜଗନ୍ନାଥଙ୍କ ଆର୍ଶୀବାଦରୁ ରାଜ୍ୟ ଏ ମହାସଂକଟରୁ ଖୁବଶୀଘ୍ର ମୁକୁଳିବ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here