କୋରନା ଧନୀ କୁ ଡରେଇ ପାରିବ କିନ୍ତୁ କିନ୍ତୁ ଭୋକିଲାଙ୍କୁ ନୁହେଁ ;କୋରନା ରେ ମରିବୁ କିନ୍ତୁ ଭୋକରେ ନୁହେଁ : ରିକ୍ସା ଚାଳକ

0
5

ସଟ୍ ଡ଼ାଉନ୍ ଧନୀକୁ ବିଶ୍ରାମ ଦେଉଛି କିନ୍ତୁ ଭୋକିଲାଙ୍କ ନିଦ ଉଡାଉଛି

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍ ): “କରୋନା” ଶବ୍ଦ ଟି କାହାକୁ ଅବା ନୂଆଁ, ଏହି ଶବ୍ଦଟି ଶୁଣିବା ମାତ୍ରେ ହୁଏତ ଧନୀ ମାନଙ୍କ ପକ୍ଷରେ ଫରକ ନ ପଡିଲେ ମଧ୍ୟ ଗରିବଙ୍କ ପାଇଁ ବହୁତ ହି ଦୁଃଖ ଦାୟକ । କିନ୍ତୁ ଗରିବ ମାନେ କରୋନାକୁ ଯେତିକି ଭୟ କରୁଛନ୍ତି ତାହା ଠାରୁ ଅଧିକ ଭୟ ଲକ୍ ଡାଉନ୍ କିମ୍ବା ସଟ୍ ଡାଉନ୍ କୁ । କାହିଁକି ନା ଏମାନେ ଦିନ ମଜୁରିଆ । ଦିନ ସାରା ଖଟିଲେ ହିଁ ନିଜ ପରିବାରକୁ ଦୁଇ ଓଳା ଦୁଇ ମୁଠା ଯୋଗାଡ଼ କରିଥାନ୍ତି । ଏଭଳି କିଛି କଥା ମନରେ ଆସୁଥିଲା ଖବର ସଂଗ୍ରହ କରିବାକୁ ଗଲାବେଳେ । ଆଉ ନଜର ପଡିଲା ହଠାତ୍ ଜଣେ ରିକ୍ସା ଚାଳକଙ୍କ ଉପରେ । ରିକ୍ସାକୁ ଅଟକାଇବାକୁ ଯାଇ ହାତ ମାରିବା ମାତ୍ରେ ହିଁ ରିକ୍ସା ଚାଳକ ଜଣକ କୁଆଡେ ଯିବେ ସାର୍ ? କେତେ ଜଣ ଯିବେ ସାର୍ ? ନିଜେ ପଚାରିବା ଆରମ୍ଭ କରିଦେଲେ । ମୁଁ କିଛି ସମୟ ଭାବିଲା ବେଳକୁ ଉକ୍ତ ରିକ୍ସା ଚାଳକ ଜଣକ ମୋତେ ପଚାରିଲା ସାର୍ କଣ ଭାବୁଛନ୍ତି ? ମୁଁ କିହିଲି ମଉସା ଆଜି ସଟ୍ ଡାଉନ୍ । ତମେ କାହିଁକି ବୁଲୁଚ ? ବାସ୍ ଏତିକି କହିବା ସଙ୍ଗେ ସଙ୍ଗେ ରିକ୍ସା ଚାଳକ ମଉସା ଉତ୍ତର ରଖି କହିଲେ ବାବୁ ଆମେ ଗରୀବ କିନ୍ତୁ ଭିକାରୀ ନୁହେଁ । କଷ୍ଟ ପଡି ଖାଇବୁ, ପରିବାରକୁ ବଞ୍ଚାଇବୁ ଏବଂ ଇଜ୍ଜତରେ ରହିବୁ । କିନ୍ତୁ ଏବେ କଷ୍ଟ ପଡ଼ିବାକୁ ମଧ୍ୟ ଆମକୁ ବାରଣ । କ’ଣ କରିବୁ, କ’ଣ ନାହିଁ ସେ ନେଇ ଚିନ୍ତାରେ ପଡିଗଲିଣି । ସରକାର ଆମକୁ ଚାଉଳ ଦଉଚି ସତ ହେଲେ ପରିବାର ଚଳାଇବା ପାଇଁ କ’ଣ କ’ଣ ଆବଶ୍ୟକ ତାହା ପରିବାର ଚଳାଉଥିବା ଲୋକ ହିଁ ଜାଣିବ । ଆମେ ଏହି ସଟ୍ ଡ଼ାଉନ୍ କ’ଣ ଜାଣିନାହୁଁ । କରୋନା ରୋଗ କୁଆଡେ ଆଉ ଥରେ ଆସିଛି ବାହାରକୁ ବାହାରିଲେ ପୋଲିସ ବାଡେଇବ । ଏହା ହିଁ ଆମକୁ କୁହାଯାଇଛି । ଏପରି ଅବସ୍ଥାରେ କ’ଣ କରିବୁ କିଛି ଭାବି ପାରୁନାହିଁ । ଏ କରୋନା, ଫରୋନା କଣ ଆମେ ଜାଣିନୁ ବାବୁ । କିନ୍ତୁ ବାହାରକୁ ବାହାରିଲେ ପୋଲିସ ବାବୁ ମାନେ ହଇରାଣ କରିବେ ବୋଲି ଶୁଣୁଥିଲି । ଏଭଳି କୋହଭରା କଣ୍ଠରେ ମୁହଁରେ ଗାମୁଛା ଟିଏ ବୁଲେଇ କହିଦେଲା ମଉସା ଜଣଙ୍କ । ଏହା ଥିଲା ବ୍ରହ୍ମପୁର ସହରର ଜଣେ ରିକ୍ସା ଚାଳକର ମନର କଥା । ପୁରା ଘଟଣା କହିବାକୁ ଗଲେ.. ସହରରେ ବୁଲୁ ବୁଲୁ ଆଜି ହଠାତ୍ ଏକ ରିକ୍ସା ଚାଳକ ଉପରେ ନଜର ପଡିଲା । ରିକ୍ସା ଟାଣି ଟାଣି ଘରକୁ ନେଉଥିଲେ ରାମ ଦାସ । କୁଆଡେ ଯାଉଛି ବୋଲି ପଚାରିବାରୁ ସେ କୁଆଡେ ଆଉ ଯିବି ସାର୍ । ବଡ଼ବଡ଼ିଆଙ୍କ ପାଇଁ ସିନା ସଟ୍ ଡ଼ାଉନ୍ ମାନେ ଘରେ ବିଶ୍ରାମ ନେବା କିନ୍ତୁ ଆମ ଭଳି ଛୋଟ ଲୋକମାନଙ୍କ ପାଇଁ ସଟ୍ ଡ଼ାଉନ୍ ଲକ୍ ଡ଼ାଉନ୍ କଣ ତାହା ଆମେ ହିଁ ଜାଣିଛୁ ସାର୍ । ଦୁଇ ଦିନ ହେଲା ସଟ୍ ଡ଼ାଉନ୍ ସାର । ଘରେ ପରିବା ନାହିଁ । ମେଡିକାଲ କାମରେ କାହାକୁ ରିକ୍ସାରେ ନେଇ ଦୁଇ ପଇସା ଅର୍ଜିବା ପାଇଁ ସେ କମାପଲ୍ଲୀ ଛକ ଠାରେ ଅପେକ୍ଷା କରିଥିଲା ଗ୍ରାହକଙ୍କୁ । କିଛି ସମୟ ରହିବା ପରେ ସେଠାରୁ ପୋଲିସ ମନା କଲା । ପୁଣି ଘରକୁ ଚାଲି ଆସିଲି ବୋଲି ଅତି ଦୁଃଖ ଭରା କଣ୍ଠରେ କହିଲା ରିକ୍ସା ଚାଳକ ଜଣକ । ପରେ ରିକ୍ସା ଚାଳକ ନିକଟକୁ ଯାଇ କିଛି ସମୟ କଥାବାର୍ତ୍ତା ହୋଇ ବର୍ତ୍ତମାନ ତାର ପରିସ୍ଥିତି କ’ଣ ପଚାରି ବୁଝିଲି । ରିକ୍ସା ଚାଳକ ଜଣକ ଅତି ଦୁଃଖ ଭରା କଣ୍ଠରେ ଆରମ୍ଭ କଲା ଦୁଃଖର କଥା । ସାର୍, ମୋର ବଡ଼ ପରିବାର । ମୁଁ ପଇସା ଅର୍ଜିଲେ ମୋ ଘର ଚଳେ । ସେଥିମଧ୍ୟରେ ପୁଣି ଦୁଇ ଦିନ ସଟ୍ ଡ଼ାଉନ୍ । ସାର୍, ରିକ୍ସାର ଚାହିଦା ହରାଇବାରେ ଲାଗିଛୁ । କିନ୍ତୁ ସଟ୍ ଡ଼ାଉନ୍ ରେ ଅଧିକାଂଶ ଅଟୋ ବଜାରରେ ବୁଲେ ନାହିଁ ତେଣୁ ସଟ୍ ଡ଼ାଉନ୍ ହିଁ ଅଟୋକୁ ଅପେକ୍ଷା ନ କରି ରିକ୍ସାରେ ଲୋକେ କାଳେ କୁଆଡେ ଯିବେ ବୋଲି ଭାବି ମୁଁ ସଟ୍ ଡ଼ାଉନ୍ ରେ ବି ରିକ୍ସା ବାହାର କରିଲି । କୋରନା ଯୋଗୁଁ ରିକ୍ସା ଏତେ ଚାଲୁନି ମଧ୍ୟ । କିନ୍ତୁ କଣ କରିବି ସାର୍ ଦେହ ଖରାପ ଯୋଗୁଁ ସପ୍ତାହେ ହେଲା ଘରେ ରହିଲି । ଦେହ ଭଲ କରିବା ପାଇଁ ପାଖରେ ଥିବା ଟଙ୍କା ସରିଲି । ଚାଉଳ ଘରେ ଅଛି କିନ୍ତୁ ଘର ଚଲାଇବା ପାଇଁ କିଛି ଆବଶ୍ୟକ ଜିନିଷ ପାଇଁ କଷ୍ଟ ପଡ଼ିବାକୁ ଯାଇଥିଲି । ହେଲେ ଖାଲିରେ ଫେରି ଆସିଲି । ସାଧାରଣ ଦିନକୁ ୧ ଶହ ରୁ ୩ ଶହ ଅର୍ଜନ କରି ଘର ଚଳାଇ ଦେଉଥିଲି । ଏବେ ୯ ଦିନ ହେବ ଟଙ୍କା ଟିଏ ଅର୍ଜନ ନାହିଁ । କ’ଣ କରିବି ବୋଲି ଭାବି ରିକ୍ସାଟିକୁ ବାହାର କରିଥିଲି । ବାକି ମାଗି କେତେ ଦିନ ଆଉ ଚଳାଇବି । ବାକି ଦେବା ଲୋକ ମଧ୍ୟ ମନ ଉଣା କରୁଛନ୍ତି ବୋଲି ରିକ୍ସା ଚାଳକ ରାମ ଦାଶ କହିଥିଲେ । ଶୁଣିବାକୁ ପାଇଲୁ କି ଆସନ୍ତା ଦୁଇ ତାରିଖରୁ ପୁଣି ଲକ୍ ଡ଼ାଉନ୍ ସଟ୍ ଡ଼ାଉନ୍ ହେଉଛି । କୋରନାରେ ଭୟ ଯେତିକି ମାରୁଚି ତାହା ଠାରୁ ଢେର ଗୁଣା ପେଟର ଭୋକ ମାରୁଚି । ସତରେ କଣ କରୋନା ରେ ମାରିବା ଆଗରୁ ଭୋକରେ ମରିଯିବୁନି କି ବାବୁ ବୋଲି ପ୍ରଶ୍ନ କରିଥିଲେ ରାମ ଦାସ । ତେବେ ଏହି ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା । ବରଂ ସରକାର ସବୁ ବ୍ୟବସ୍ଥା କରୁଛନ୍ତି । ଭୟ କରନି ତୁରନ୍ତ ସବୁ ପୂର୍ବପରି ହେଇଯିବ ବୋଲି କହିଥିଲି । ସହରରେ କେବଳ ରାମ ଦାସ ନୁହନ୍ତି, ତାଙ୍କ ଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଡିନ ତମାମ କଷ୍ଟ ପଡ଼ି ପରିବାର ଚଳାଇବାର ଜାଣିଛନ୍ତି, କିନ୍ତୁ ଭିକ୍ଷା ମାଗିବା ଶିଖି ନାହାନ୍ତି । କରୋନା ଏହିପରି ଲୋକଙ୍କ ପାଇଁ ନିହାତି ଭାବେ ଏକ ବଡ ଅଭିଶାପ ଭଳି ଆସିଥିବା ଦେଖିବାକୁ ମିଳିଛି । ଧନୀ ଲୋକମାନେ କରୋନାକୁ ଭୟ କରୁଥିବା ବେଳେ ମଧ୍ୟବିତ୍ତ ଏବଂ ଗରୀବ ଶ୍ରେଣୀର ଲୋକେ କିପରି ଚଳିବେ ତାହାକୁ ନେଇ ଭୟ କରୁଛନ୍ତି ବୋଲି ରିକ୍ସା ଚାଳକ ରାମ ଦାସ କହିଛନ୍ତି । ସେ ଯାହାବି ହେଉନା କାହିଁକି । ସରକାରଙ୍କ ପ୍ରତ୍ୟକ ନିଷ୍ପତି କୁ ଆମେ ସ୍ୱୀକାର କରୁଚୁ । କିନ୍ତୁ ରାମ ଦାସ ଭଳି ଜୀବନ ଯାପନ କରୁଥିବା ଗରିବ ଗୁରୁବାଙ୍କ ସକାଶେ ଯଦି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଶାସନ କିମ୍ବା ଭୋଟ ପାଇ ନେତା ଓ ମନ୍ତ୍ରୀ ସାଜିଥିବା ରାଜନେତା ମାନେ ଯଦି କୌଣସି ବ୍ୟବସ୍ଥା କରନ୍ତି ହୁଏତ କରୋନା ଜ୍ୱାଳା ଠାରୁ ଅଧିକ କଷ୍ଟ ହୋଇ ପଡ଼ିଥିବା ଭୋକର ଜ୍ୱାଳା ଟି କମି ଯାଆନ୍ତା ।


ରିପୋର୍ଟ:ପିଣ୍ଟୁ ବେହେରା ।

LEAVE A REPLY

Please enter your comment!
Please enter your name here