ବାରହା କାମୁଡାରେ ବୃଦ୍ଧ ଗୁରୁତର …

0
7

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଭଞ୍ଜନଗର ଥାନା ଅଧିନ ମୁଦୁଲିପଲ୍ଲୀ ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବାରହା କାମୁଡାରେ ଜଣେ ବୁଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଲେ ଉକ୍ତ ଗ୍ରାମର ସୁବାସ ବିଷୋୟୀ ( ୫୬)। ପ୍ରାପ୍ତ ସୂଚନା ଅନୁସାରେ ସୁବାସ ସନ୍ଧ୍ୟା ସମୟରେ ନିଜ ବିଲରୁ କାମ ସାରି ଫେରୁଥିବା ବେଳେ ସେହି ସମୟରେ ଏକ ଜଙ୍ଗଲି ବାରହା ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବା ସହିତ ଲହୁ ଲୁହାଣ କରିଥିଲା। ଘଟଣା ସ୍ଥଳରେ ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସୁଭାଷ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

ରିପୋର୍ଟ/ ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here