କୁକୁଡ଼ା ଫାର୍ମ ରେ ନକଲି ବିଦେଶୀ ମଦ। ନକଲି ମଦ ପ୍ରସ୍ତୁତି ଡେମୋ ଦେଖାଉଛି ମଦ ମାଫିଆ ।

0
9

ବ୍ରହ୍ମପୁର, ୨୬/୦୪/୨୧/(ମହାରାଣୀ ନ୍ୟୁଜ୍ ): କୁକୁଡ଼ା ଫାର୍ମ ରେ ଚାଲିଛି ବେଆଇନ ମଦ ବ୍ୟବସାୟ। ବେଆଇନ ମଦ ପାଇଁ ରାଜ୍ୟ ବାହାରକୁ ରହିଛି ଲିଙ୍କ। ଜେଲ ରୁ ବାରମ୍ବାର ବେଲ ରେ ଆସି ମଧ୍ୟ ପୁଣି ଚଳାଉଛନ୍ତି ବେଆଇନ ମଦ ସାମ୍ରାଜ୍ୟ। ଏହାକୁ ନେଇ ଗଞ୍ଜାମ ହିଂଜିଳି ଅବକାରୀ ବିଭାଗ ଚଢ଼ାଉ କରି ଠାବ କରିଛି ଏଭଳି ବେଆଇନ ମଦ ସାମ୍ରାଜ୍ୟ । ନକଲି ମଦ ପ୍ରସ୍ତୁତି ଡେମୋ ଦେଖାଉଛି ମଦ ମାଫିଆ। ଗଂଜାମ ହିଂଜିଳିକାଟୁ ଅନ୍ତର୍ଗତ ମକରଝୋଳ ଗ୍ରାମର ଏକ କୁକୁଡ଼ା ଫାର୍ମରେ ଚାଲିଥିଲା ନକଲି ମଦ ପ୍ରସ୍ତୁତ। ଆଉ ଚେର ମଧ୍ୟ ଲମ୍ବିଥିଲା ବାହାର ରାଜ୍ୟ ଅର୍ଥାତ କୋଲକାତା କୁ । କୋଲକାତା ରୁ କିଛି ଦଲାଲଙ୍କୁ ଧରିବା ସହ କଞ୍ଚା ମାଲ ଆଣି କୁକୁଡ଼ା ଫାର୍ମରେ ଚଳାଇଥିଲା ଏହି ବେଆଇନ ମଦ ସାମ୍ରାଜ୍ୟ ସୁନୀଲ କୁମାର ସାହୁ ନାମକ ଏହି ବ୍ୟକ୍ତି।ନକଲି ମଦ ସାମ୍ରାଜ୍ୟ ର ଏତେ ମୋହ ଯେ ପୂର୍ବରୁ ଥରେ ଏହି ନକଲି ସାମ୍ରାଜ୍ୟ ପାଇଁ ଜେଲ ଯାଇ ବେଲ ରେ ଆସିବା ପରେ ପୁଣି ଥରେ କୁକୁଡ଼ାଫାର୍ମରେ ଚଳାଉଥିବା ନକଲି ମଦ ସାମ୍ରାଜ୍ୟ।ବ୍ରହ୍ମପୁର ରୁ ହୋମିଓପ୍ୟାଥିକ ସ୍ପିରିଟ ନେଇ ନକଲି ମଦ ତିଆରି କରି ମାର୍କେଟ ରୁ ଛାଡୁଥିବା ନିଜେ ପ୍ରତିକ୍ରିୟା ରଖିଛି ଅଭିଯୁକ୍ତ ସୁନୀଲ ।
ଅଭିଯୁକ୍ତ ସୁନିଲଙ୍କ ସମେତ ମିଲନ ସାହୁ ଏବଂ ସନ୍ତୋଷ କୁମାର ଗୌଡ଼ କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି।କୁକୁଡ଼ା ଫାର୍ମ ରେ ଚଢ଼ାଉ ବେଳେ ଆଖି ତରଟିଲା ଭଳି ମଦ ସହ ବିଭିନ୍ନ ନକଲି ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ୮୪୬ ଲିଟର ବିଦେଶ ମଦ,୪୫୦ ଏମଏଲର,୫୪୦ ବୋତଲ ହୋମିଓପ୍ୟାଥିକ ସ୍ପିରିଟ, ୩ଟି ପ୍ରେସିଂ ମେସିନ, ୮୦୮ ଲେବଲ,୭୬୩୬ର କମ୍ପାନୀ ଲେବେଲ,୫୭୦୦ ଠିପି,୧୫୦୦ ଖାଲି ବୋଟଲ ମଧ୍ୟ ଜବତ ହୋଇଛି।ବର୍ତ୍ତମାନ କୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଆଉ କିଏ କିଏ ଅଛନ୍ତି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ଅବକାରୀ । ଆଗକୁ ଏହି ଘଟଣା ରେ ଆଉ କିଏ ଧରାପଡିବେ ତାକୁ ହିଁ ଅପେକ୍ଷା।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here