ହାତୀ ଦେଖିବା ହେଲା କାଳ । ଜଣେ ମୃତ୍ୟୁ ଜଣେ ଆହତ

0
8

ବ୍ରହ୍ମପୁର, ୨୬/୦୪/୨୧/(ମହାରାଣୀ ନ୍ୟୁଜ୍): ହାତୀ ଦେଖିବା ହେଲା କାଳ । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ଦିଗପହଣ୍ଡି ରେଞ୍ଜ ଚିକିଟି ରାମଚନ୍ଦପୁର ପଞ୍ଚାୟତ ଚାନ୍ଦପୁରରେ ଘଟିଛି ଘଟଣା । ଖବର ଅନୁଯାୟୀ, ଚିକିଟି ପତାତଳି-ସୋନପୁର ରାସ୍ତାରେ ଥିବା ଏକ ପୋଖରୀ ନିକଟରେ ୧୫ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ରବିବାର ବିଳମ୍ବିତ ରାତିରେ ବୃନ୍ଦାବନ ବିନ୍ଧାଣୀ ଓ ବାବୁନି ବିନ୍ଧାଣୀ ନାମକ ୨ଜଣ ବ୍ୟକ୍ତି ହାତୀ ଦେଖିବା ପାଇଁ ଯାଇଥିଲେ । ହେଲେ ସେଠାରେ ହାତୀଙ୍କ ଦେଖିବା ହୋଇଯାଇଛି କାଳ । ହାତୀ ଆକ୍ରମଣରେ ବୃନ୍ଦାବନ ବିନ୍ଧାଣିଙ୍କ ମୃତ୍ୟୁ ହୋଇଥିବା ବେଳେ ବାବୁନି ବିନ୍ଧାଣି ଗୁରୁତର ହୋଇଛନ୍ତି । ବାବୁନିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି ।ଘଟଣା ସ୍ଥଳରେ ରେଞ୍ଜର କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପହଞ୍ଚି ମୃତକଙ୍କ ପରିବାର କୁ ୧୦ ହଜାର ଟଙ୍କା ଓ ଗୁରୁତର ପରିବାରଙ୍କୁ ୫ ହଜାର ଅନୁକମ୍ପା ସହାୟତା ପ୍ରଦାନ କରିଛନ୍ତି । ତା ସହିତ ସରକାରଙ୍କ ନିୟମାନୁସାରେ କ୍ଷତି ପୂରଣ ପ୍ରଦାନ ପାଇଁ ସୁପାରିଶ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି । ସୂଚନା ନା ଥାଉ କି ଏହି ୧୫ଟିକିଆ ହାତୀ ପଲ ଗତ ଡିସେମ୍ବର ୨୫ରେ ସୁରଲ ବାହୁଦା ହ୍ରଦରେ ଅଟକି ଯାଇଥିଲେ ଓ ଏକ ଛୁଆ ହାତୀକୁ ଛାଡ଼ିଦେଇ ଚାଲିଯାଇଥିଲେ । ଏବେ ସେହି ହାତୀପଲ ନିଜ ଛୁଆକୁ ଖୋଜୁଛନ୍ତି ଓ ବାଟ ହୁଡ଼ି ଘୁରି ବୁଲୁଛନ୍ତି । ଏନେଇ ରେଞ୍ଜରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜଙ୍ଗଲରେ ଖାଦ୍ୟ ଓ ପାଣି ମିଳୁନି ତେଣୁ ସେମାନେ ଖାଦ୍ୟ ଅନ୍ୱେଷଣରେ ଗାମୁହାଁ ହୋଇଛନ୍ତି । ଦୀର୍ଘ ୧୫ ଦିନହେଲା ହାତୀପଲକୁ ଟ୍ରାକ୍ କରି ନିୟନ୍ତ୍ରଣ କରାଯାଉଥିଲା । ହଠାତ ଗତକାଲି ଏପରି ଅଘଟଣ ଘଟିଛି । ଘଟଣା ସ୍ଥଳରେ ଦିଗପହଣ୍ଡି ରେଞ୍ଜର , ସମାଣ୍ଟିଆପଲ୍ଲୀ ରେଞ୍ଜର ,ବ୍ରହ୍ମପୁର ଡିଭିଜନର ବନବିଭାଗ ଷ୍ଟାଫ୍ , ପୋଲିସ ବାହିନୀ ସଦଳେ ବଳେ ପହଁଚି ଲୋକଙ୍କୁ ହାତୀ ପାଖକୁ ନଯିବାକୁ ପରାମର୍ଶ ଦେଇ ଗହଳି ଭାଙ୍ଗିଛନ୍ତି । ଘାଇରେ ଅଳ୍ପ ପାଣି ରେ ହାତୀପଲ ଅଛନ୍ତି । ଦନ୍ତା ହାତୀ ବାହାରେ ରହି ଲୋକଙ୍କୁ ଗୋଡାଉଛି । ହାତୀମଣିଷ ଲଢେଇ ଲାଗିଛି । ଯେକୌଣସି ସମୟରେ ଆହୁରି ଧନ ଜୀବନ ହାନୀର ଆଶଙ୍କା ରହିଛି । ଏଣୁ ଜନସାଧାରଣ ହାତୀପଲକୁ ବିଶୃଙ୍ଖଳା ନକରି ସହଯୋଗ କରନ୍ତୁ ରାତିରେ ହାତୀପଲ ଜଙ୍ଗଲକୁ ଘଉଡାଇବାକୁ ପ୍ରୟାସ କରିବୁ ବୋଲି ରେଞ୍ଜର କେ. ସି.ପଟ୍ଟନାୟକ ଅନୁରୋଧ କରିଛନ୍ତି । ଘଟଣାସ୍ଥଳଲେ ବନବିଭାଗ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା ।

LEAVE A REPLY

Please enter your comment!
Please enter your name here