ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହିଲପଟଣା ସ୍ଥିତ ଶ୍ରୀକ୍ଷେତ୍ର କଲୋନୀ ଠାରେ ଥିବା ଏକ ଛାତ୍ରାବାସରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଯୁବକ ଜଣକ ହେଲେ ପୁରଣା ବ୍ରହ୍ମପୁର ୧୦ ନଂ ୱାର୍ଡ ଅନ୍ତର୍ଗତ ପାଣ୍ଡବ ନଗର ଅଞ୍ଚଳର ମହେଶ କୁମାର ନାୟକ (୨୮) । ସୂଚନା ଯୋଗ୍ୟ କି ମହେଶ ଦୁଇ ବର୍ଷ ହେବ ଏହି ମେସ୍ ରେ ରହି ଆସୁଥିଲେ । ମହେଶ ବି-ଟେକ୍ ଛାତ୍ର ।
କିନ୍ତୁ କାହା ସହ ବେସି ମିଳାମିଶା କରୁନଥିବା ସେହି ମେସ୍ ରେ ରହୁଥିବା ଅନ୍ୟ ପିଲାମାନେ କହିଛନ୍ତି । ତେବେ ଗତ ଦୁଇ ଦିନ ଧରି ମହେଶଙ୍କ ମୋବାଇଲ ଫୋନ ସ୍ୱିଚଅଫ୍ ଥିଲା । ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜାଖଜି କରିବାରେ ଲାଗିଥିଲେ । ଆଜି ହଟାଥ ମେସ୍ ର ଏକ ପରିତ୍ୟକ୍ତ ରୁମ୍ ରୁ ବହୁତ ଦୁର୍ଗନ୍ଧ ଆସିବାରେ ଲାଗିଲା । ଫଳରେ ମହେଶଙ୍କ ନିଖୋଜକୁ ସନ୍ଧେହ କରି ଅନ୍ୟ ସାଥି ମାନେ ଏ ନେଇ ପାରିବାର ଲୋକଙ୍କୁ ଖବର ଦେଇଥିଲେ ।ଘଟଣା ସ୍ଥଳକୁ ପରିବାର ଲୋକେ ଆସି ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଲରେ ଗୋଶାଣୀନୁଆଁଗାଁ ପୋଲିସ ଏବଂ ସାଇଣ୍ଟି ଫେଟ ଟିମ୍ ପହଁଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଏମକେସିଜି କୁ ପଠାଇଛନ୍ତି । ଗୋଶାଣୀନୁଆଁଗାଁ ପୋଲିସ ଥାନା ୟୁ ଡ଼ି କେସ୍ ଫାଇଲ କରି ତଦନ୍ତ ଜାରି ରଖିଛି।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here