କୃଷି ଋଣ ପ୍ରଦାନରେ ଜାଲିଆତି ଓ ଅର୍ଥ ଆତ୍ମସାତ ଆକ୍ରମଣ ଅଭିଯୋଗରେ ସଦର ଥାନାରେ ଦୁଇ ଅଟକ

0
8

ବ୍ରହ୍ମପୁର, (ମହରାଣୀ ନ୍ୟୁଜ୍): କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ରୋହିଙ୍ଗା ଗ୍ରାମରେ କୃଷି ଋଣ ଆତ୍ମସାତ ଘଟଣାକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରୋହିଙ୍ଗା ଗ୍ରାମର ରବୀନ୍ଦ୍ର ଜେନା ଏ ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ରବୀନ୍ଦ୍ର ବ୍ୟକ୍ତିଗତ କାର୍ଯ୍ୟରେ ଯାଉଥିବା ସମୟରେ ନରସିଂହ ଜେନା ଓ ସଞ୍ଜୟ ଜେନା ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଅଭିଯୋଗ ପ୍ରକାରରେ ପୂର୍ବରୁ ବାଲିପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ରବୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ନାମରେ କୃଷି ଋଣ ଉଠାଇ ଅର୍ଥ ଆତ୍ମସାତ କରାଯାଇଥିଲା । ବ୍ୟାଙ୍କ ନୋଟିସ ଆସିବା ପରେ ବ୍ୟାଙ୍କରେ ପଚାରିବାରୁ କିଓସ୍କକୁ ପଚାରିବାକୁ କହିଥିଲେ ଏବଂ କିଓସ୍କୋ ରଖିଥିବା ବ୍ୟକ୍ତି ହିଁ ଟଙ୍କା ଆତ୍ମସାତ କରିଥିବା ଜଣା ପଡିଛି । କୁକୁଡାଖଣ୍ଡି ବ୍ଲକ ଅଞ୍ଚଳରେ ଆଙ୍କୁଶପୁର ଓ ବାଲିପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧୀନରେ ଡ଼େଙ୍ଗାପଡାର ଗ୍ରାମର ଠାରେ ଗ୍ରାହକ ମାନଙ୍କୁ ସୁରୁଖୁରୁରେ ସେବା ଯୋଗାଇଦେବା ପାଇଁ ଏକ କିଓସ୍କ ବ୍ୟାଙ୍କ ଖୋଲା ଯାଇଛି । ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ଗ୍ରାହକ ମାନଙ୍କୁ କୃଷି ଋଣ କରିଦେବି କହି କାଗଜ ପତ୍ର ନେଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ଋଣ ନଦେଇ ସେ ନିଜେ ଆତ୍ମସାତ କରିଥିବା ଜଣାପଡିଛି । ଯେତେବେଳେ ସମ୍ପୃକ୍ତ ବ୍ୟାଙ୍କ କତୃପକ୍ଷ ଋଣ ନେଇଥିବା ହିତାଧିକାରୀଙ୍କୁ ନୋଟିସ କଲେ ସେତେବେଳେ ହିତାଧିକାରୀ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରୁ ସଂପୃକ୍ତ କିଓସ୍କ ଦାୟିତ୍ୱ ଥିବା ଲୋକଙ୍କୁ ଡାକି ପଚାରି ବୁଝି ଜାଣିଲେ ସେ ଋଣ ହିତାଧିକାରୀ କୁ ନ ଦେଇ ସେ ନିଜେ ହରିଲୁଟ କରୁଥିଲେ । ପରେ ଶାଖା ପରିଚାଳକ କିଓସ୍କ ଦାୟିତ୍ୱ ରେ ଥିବା ଲୋକଙ୍କୁ ତୁରନ୍ତ ଋଣ ପରିଶୋଧ କରିବା ପାଇଁ କହିଥିଲେ । ତାପରେ ସେ କିଛି ଲୋକଙ୍କର ଋଣ ଟଙ୍କା ପରିଶୋଧ ମଧ୍ୟ କରିଥିଲେ । ଏପରି ଡ଼େଙ୍ଗାପଦର, ବାଲିପଡ଼ା, ରୋହିଗାଁ, ନାରାୟଣପୁର ପରି ବହୁତ ଗ୍ରାମର ଲୋକଙ୍କ ନାମରେ କୃଷି ଋଣ କରେଇଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଲୋନ କରି ନିଜେ ଆତ୍ମସାତ କରିଥିବା ଅଭିଯୋଗ । ରବୀନ୍ଦ୍ର ସଦର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚାରା କରୁଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here