ଚାକିରି କରାଇଦେବା ନା ରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ , ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

0
10

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):
ଶେରଗଡ଼ ଥାନା ଅନ୍ତର୍ଗତ ଅଣ୍ଡିରାସିଂ ଗ୍ରାମର ମୋହନ ମଲିକ(୪୭ ) ୨୦୨୦ ମସିହାରେ ଦିଗପହଣ୍ଡି ଭୁଷୁଣ୍ଡା ଗ୍ରାମର ରୁବି ଦାସଙ୍କ(୨୫)ଠାରୁ ଭାରତୀୟ ରେଳବାଇରେ ଚାକିରି କରାଇଦେବା ନା ରେ ଦେଢ଼ ଲକ୍ଷ ଟଙ୍କା ନେଇଥିଲା । କିଛି ଦିନ ପରେ ବାରମ୍ବାର ଏ ବିଷୟରେ ପଚାରିବାରୁ ସେ ଦେବି ଦେବି କହି ଭଣ୍ଡାଉ ଥିଲା କିନ୍ତୁ ଦେଉନଥିଲା । ଏହିପରି ରୁବି ବାରମ୍ବାର ଟଙ୍କା ମାଗିବାରୁ ମୋହନ ମଲିକ ଏକ ଚେକ ପ୍ରଦାନ କରିଥିଲେ । ରୁବି ର ଚାକିରୀ ପାଇବା ଆଶା ମୌଳି ଯାଇଥିବା ବେଳେ ଏହି ଚେକ ବ୍ୟାଙ୍କ୍ ରେ ପକାଇବା ପରେ ବାରମ୍ବାର ବାଉଁଶ ବାଉନସ୍ ହୋଇଥିଲା । ଯାହା ଫଳରେ ରୁବି ବାଧ୍ୟ ହୋଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଭାରତୀୟ ରେଳବାଇରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଯାଇଥିବା ଜଣେ ଅଭିଯୁକ୍ତକୁ ଆଜି ଦିଗପହଣ୍ଡି ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଶେରଗଡ଼ ଥାନା ଅନ୍ତର୍ଗତ ଅଣ୍ଡିରାସିଂ ଗ୍ରାମର ମୋହନ ମଲିକ ।ସୂଚନାଯୋଗ୍ୟ କି ଭାରତୀୟ ରେଳବାଇରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ମିଛ ପ୍ରତିଶ୍ରୁତି ଦେଇ ରୁବି ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା ଅଭିଯୋରେ ଥାନ କେସ୍ ନଂ୬୧/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତରାୟ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here