ସର୍ଟ ସର୍କିଟ ଯୋଗୁଁ ଏସି ରେ ଲାଗିଲା ନିଆଁ …

0
3

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ବଡ ମେଡିକାଲ କାଡ଼ିଓଲୋଜି ଚିକିତ୍ସା ବିଭାଗ ର ଏଚ୍.ଓ.ଡି କୋଠାରୀରେ ଘଟିଥିଲା ଅଗ୍ନିକାଣ୍ଡ । ଏୟାର କଣ୍ଡିସନରରେ ହଠାତ୍ ଲାଗିଥିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ଏସିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଆୟତ୍ତ କରିଥିବା ବେଳେ କୌଣସି କ୍ଷୟ କ୍ଷତି ହୋଇନଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ ପ୍ରଦୀପ ପଟ୍ଟନାୟକ । ଏହା ଛୋଟିଆ ଅଘଟଣ ଠିକ୍ ସମୟରେ ଫାୟାର ଟିମ୍ ଆସି ନିୟନ୍ତ୍ରଣ କରି ଦେଇଥିଲେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here