ଛତିଶଗଡ ଫେରନ୍ତା ଯୁବକ ମୃତ ।

0
3

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଅନ୍ତର୍ଗତ ମୈଦଳପୁର ଗ୍ରାମର କମର୍ଲା ସାହିର ନରେନ୍ଦ୍ର କମର୍ଲା(୪୨)ନିଜ ସ୍ତ୍ରୀଙ୍କ ସହ ଚଳିତ ମାସ ୬ତାରିଖରେ ଛତିଶଗଡରେ ରହୁଥିବା ନିଜ ଶଶୁର ଘରକୁ ଯାଇଥିଲେ । ନରେନ୍ଦ୍ର ୮ ତାରିଖରେ ଘରକୁ ଏକା ଫେରିଥିଲେ ଓ ସେ ଜ୍ୱରରେ ପଡିବା ରୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡ ପରୀକ୍ଷା କରିଥିଲେ l ସେ କରୋନା ସଂକ୍ରମିତ ବୋଲି ଜଣା ପଡିବା ପରେ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶ କ୍ରମେ ଗୃହ ସଂଗରୋଧରେ ରହିଥିଲେ । କୋଭିଡ କ୍ଵାରେଣ୍ଟାଇନ ଦାୟିତ୍ୱରେ ଥିବା ଇତିଶ୍ରୀ ମହାନ୍ତି ତାଙ୍କୁ ଔଷଧ ଦେଇ ଦେଖା ଶୁଣା କରୁଥିବା ବେଳେ ମୈଦଳ ପୁର ସରପଞ୍ଚ ଶୁଭଲଷ୍ମୀ ପାଞ୍ଜିଆ ମଧ୍ୟ ନରେନ୍ଦ୍ରଙ୍କୁ ଫୋନ ଯୋଗେ ଭଲ ମନ୍ଦ ପଚାରି ବୁଝିଥିଲେ । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ଖାନା ନେବା ପାଁଇ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଯଥା ଶୀଘ୍ର ନଆସିବାରୁ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା ।କିନ୍ତୁ ଶବଟିକୁ ପରିବାର ନଛୁଇବାରୁ ନବରଙ୍ଗପୁର ମେଡିକାଲ ଟିମ ମୈଦଳପୁରରେ ଆସି ପିପିଇ କୀଟ ପରିଧାନ କରି ଶବ ସତ୍କାର କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here