ନାଳ ମଧ୍ୟରେ ପଡିରହିଥିବା ବୃଦ୍ଧଙ୍କୁ ମରଣ ମୁଖରୁ ଉଦ୍ଧାର କଲା ପୋଲିସ

0
3

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):
ପାରଳାଖେମୁଣ୍ଡି ପୋଲିସର ମାନବିକତାକୁ କୋଟି କୋଟି ସଲାମ । ଟାଣ ଖରାରେ ନାଳ ମଧ୍ୟରେ ପଡିରହିଥିବା ବୃଦ୍ଧଙ୍କୁ ମରଣ ମୁଖରୁ ଉଦ୍ଧାର କରିଛନ୍ତି ପେଟ୍ରୋଲିଂରେ ନିୟୋଜିତ ଥିବା ପୋଲିସ କର୍ମଚାରୀ। ବୃଦ୍ଧ ଜଣକ ହେଉଛନ୍ତି ପାରଳାଖେମୁଣ୍ଡି ଖଞ୍ଜା ସାହିର ୬୧ ବର୍ଷିୟ ପି.ଶିବ ପ୍ରସାଦ ରେଡ୍ଡୀ । ଶରୀର ଅସୁସ୍ଥ ଥିବାରୁ ଔଷଧ ଆଣିବାକୁ ଘରୁ ବାହାରି ନିକଟସ୍ଥ ମେଡିସିନ ଷ୍ଟୋରକୁ ଯାଉଥିଲେ ବୃଦ୍ଧ ଜଣକ। ହଠାତ୍ ନାଳ ମଧ୍ୟରେ ପଡି ଯାଇଥିଲେ। ସଟଡାଉନ ଥିବା ଯୋଗୁଁ ଘଟଣାଟି କୈାଣସି ଲୋକଙ୍କ ନଜରରେ ପଡ଼ିନଥିଲା। ଠିକ୍ ଏହି ସମୟରେ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ସେହି ରାସ୍ତା ଦେଇ ଯିବା ସମୟରେ ନାଳ ମଧ୍ୟରେ ବୃଦ୍ଧ ଜଣକ ଫସି ରହିଥିବା ତାଙ୍କର ଦୃଷ୍ଟିରେ ପଡ଼ିଥିଲା। ଦେବଦୂତ ହୋଇ ପୋଲିସ କର୍ମଚାରୀ ବୃଦ୍ଧଙ୍କୁ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇ ପହଞ୍ଚିଥିଲେ। ସମସ୍ତ ସହର ସଟଡାଉନ ଥିବା ବେଳେ, କଟକଣାକୁ ନିୟନ୍ତ୍ରଣ କରିବା ପାଇଁ ପହରା ଦେଉଛି ପୋଲିସ। ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା କାର୍ଯ୍ୟରେ ଉତ୍ସର୍ଗୀକୃତ ଅଛନ୍ତି ଏମାନେ। ତେବେ ନିଜର ମାନବିକତାର ପରିଚୟ ଦେଇ ବୃଦ୍ଧଙ୍କୁ ଚିକିତ୍ସା କରି କର୍ତ୍ତବ୍ୟ ସମ୍ପାଦନ କରିଛି ପୋଲିସ। ଯାହାକୁ ସମସ୍ତ ମହଲରେ ସାଧୁବାଦ ଜଣାଯାଇଛି। ଅପରପକ୍ଷେ,ପାରଳା ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ଭୁୟସୀ ପ୍ରଶସାଂ କରାଯାଇଛି ।

ରିପୋର୍ଟ: ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here