ମୈଦଲପୁର ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

0
19

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ସରପଞ୍ଚ କଲେ ନିଜ ପଞ୍ଚାୟତ କୁ ସଟଡାଉନ୍ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବା ଯୋଗୁଁ ମୈଦଲପୁରରେ ଭୟର ବାତାବରଣ ସୃଷ୍ଟି ହୋଇଛି lଏହାକୁ ଦେଖି ଭବିଷ୍ୟତ ରେ ସଂକ୍ରମଣ ର ଆଶଙ୍କା କରି ମୈଦଲପୁର ସରପଞ୍ଚ ଶୁଭଲଷ୍ମୀ ପାଞ୍ଜିଆ,ୱାର୍ଡ ମେମ୍ବର, ମୈଦଲପୁର ପୁଲିସ ଙ୍କ ଉଦ୍ୟମରେ ୨୫/୦୪/୨୧ ଠାରୁ ୩୦/୦୪/୨୧ ତାରିଖ ପର୍ଯ୍ୟନ୍ତ ମୈଦଲପୁର କୁ ସଟଡାଉନ ଘୋଷଣା କରିଛନ୍ତି । ଜନସାଧାରଣଙ୍କୁ ବ୍ୟସ୍ତ ନ ହୋଇ କୋଭିଡ ନିୟମ ପାଳନ କରିବା ପାଇଁ ନିବେଦନ କରିଛନ୍ତି ସରପଞ୍ଚ । ଏହି ସଟ ଡାଉନ କୁ ସମସ୍ତେ ଯେପରି ପାଳନ କରିବେ ସେଥିପାଇଁ ଏକ ଵିଜ୍ଞାପନ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି l ଏପଟେ କଳାହାଣ୍ଡି ଜିଲ୍ଲା ରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରେ କରୋନା ଦ୍ରୁତ ଗତିରେ ବଢୁଥିବା ଯୋଗୁଁ ମୈଦଲପୁର କଳାହାଣ୍ଡି ସୀମାକୁ ଲାଗି ରହିଥିବା ହେତୁ ସଂକ୍ରମଣ ଆଶଂକା କରି ଏହିଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ସରପଞ୍ଚ। ଏହି ଅଞ୍ଚଳର ଅନେକ ଶ୍ରମିକ ଅନ୍ୟ ରାଜ୍ୟକୁ କମ କରିବାକୁ ଯାଇଥିବାରୁ ସେମାନେ ଆସିଲେ ମଧ୍ଯ ସେମାନଙ୍କୁ ସଂଘରୋଧ ରଖିବା ଏବଂ ଲୋକମାନେ ସଚେତନ ହୋଇ ଶ୍ରମିକ ମାନେ ଆସିଲେ ଜଣାଇବା ପାଇଁ କହିଛନ୍ତି ସରପଞ୍ଚ ।ପୋଲିସ କୁ ମଧ୍ଯ ଚେକିଙ୍ଗ କଡାକଡି କରିବା ଓ ଅନ୍ୟଜିଲ୍ଲା ରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ହେବ ବୋଲି କହିଛନ୍ତି ସରପଞ୍ଚ ସୁଭଲକ୍ଷ୍ମି ପଞ୍ଜିଆ ।


ରିପୋର୍ଟ: ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here