ଟାଉନ୍ ଥାନା ପକ୍ଷରୁ ହୋଟେଲ ମାନଙ୍କୁ ସଚେତନତା ଓ କୋଭିଡ ନିୟମ କୁ ନେଇ ହୋଟେଲ ଯାଞ୍ଚ

0
7

ବ୍ରହ୍ମପୁର ,୨୭/୦୪/୨୧/(ମହାରାଣୀ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଥିପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚସୂତ୍ରୀ ନିୟମ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ହୋଟେଲ୍ ଗୁଡ଼ିକରେ କେବଳ ପାର୍ସଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ୍‌ରେ ବସି ଖାଇବାକୁ ବାରଣ କରାଯାଇଛି । ଏହି ନିୟମ ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ କରିଛି ପୁଲିସ୍ ଟାଉନ୍ ଥାନା ପୁଲିସର ଏକ ଟିମ୍ । ଆଜି ସଂଧ୍ୟାରେ ଚର୍ଚ୍ଚ ରୋଡ଼ , ଖଲ୍ଲିକୋଟ କଲେଜ ରୋଡ଼,ଗେଟ୍‌ଵଜାର ଅଞ୍ଚଳରେ ରହିଥିବା ବିଭିନ୍ନ ହୋଟେଲ୍‌ରେ ଅଚାନକ୍ ଚଢ଼ଉ କରି ଯାଞ୍ଚ କରିଥିଲା । ସାମାଜିକ ଦୂରତା ପାଳନ କରିବା ସହିତ କେବଳ ଖାଦ୍ୟ ପାର୍ସଲ୍ ଦେବାକୁ ମାଲିକଙ୍କୁ ସଚେତନ କରାଯାଇଥିଲା । ଏହି ନିୟମ ଉଲ୍ଲଘନ କଲେ ହୋଟେଲ୍ ସିଲ୍ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ମାସ୍କ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଇଥିଲା ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here