ଦୀର୍ଘ ୬ଘଣ୍ଟା ପରେ ରୋଗୀ କୁ ମିଳିଲା ବେଡ଼ ।

0
5

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍) :
ଚଟାଣରେ ବସି ଅକ୍ସିଜେନ ନେଉଛନ୍ତି ରୋଗୀ । ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଆସିଛି ଚିକିତ୍ସା ର ବିକଳ ଚିତ୍ର । ରୋଗୀ ଯିବା ମାତ୍ରକେ ବେଡ଼ ଟିଏ ମିଳୁନି । ।ଚଟାଣରେ ବସି ରୋଗୀଙ୍କୁ ଅକ୍ସିଜେନ ଲଗାଯାଉଛି ।ଦୀର୍ଘ ସାଢ଼େ ୬ଘଣ୍ଟା ଚଟାଣରେ ବସାଇ ଦିଆଚାଲିଛି ଅକ୍ସିଜେନ। ବ୍ରହ୍ମପୁର ବାସିନ୍ଦା ଏ ଶ୍ରୀନୁ ଆଚାରି।ଶ୍ରୀନୁଙ୍କ ଦେହ ଅସୁସ୍ଥ ହେବାରୁ ଗତ ଦୁଇ ଦିନ ତଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଯାଇଥିଲେ। କୋଭିଡ ଟେଷ୍ଟ ପାଇଁ ସ୍ୱାବ ମଧ୍ୟ ଦେଇଥିଲେ।ଗତକାଲି ପୁଣି ଶ୍ରୀନୁଙ୍କୁ ଅକ୍ସିଜେନ ନେବାରେ କଷ୍ଟ ହେଲା । ତେଣୁ ସେ ବାଧ୍ୟ ହୋଇ ପୁଣି ପହଞ୍ଚିଥିଲେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ। ଏମକେସିଜି ମେଡ଼ିକାଲ ରେ ଶ୍ରୀନୁକୁ ଅକ୍ସିଜେନ ଲାଗିଲା କିନ୍ତୁ ମିଳିପାରିଲା ନାହିଁ ଗୋଟିଏ ବେଡ଼ । ଶ୍ରୀନୁ କହିବା ଅନୁଯାୟୀ ସକାଳ ୧୦ ଟା କୁ ସେ ମେଡିକାଲ ଗଲେ କିଛି ସମୟ ପରେ ତାଙ୍କୁ ଅକ୍ସିଜେନ ଦିଆଗଲା। ହସ୍ପିଟାଲ କର୍ମଚାରୀଙ୍କୁ ବାରମ୍ବାର କହିବା ସତ୍ୱେ ଅଧିକ ରୋଗୀ ଥିବା ହେତୁ ମିଳିଲା ନାହିଁ ବେଡ଼। ଚଟାଣରେ ବସି ଚିକିତ୍ସା ହେଉଥିବା ର ଭିଡ଼ିଓ ସୋଇସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ ହୋଇଛି । ଦୀର୍ଘ ସାଢ଼େ ୬ ଘଣ୍ଟା ର ଅପେକ୍ଷା ପରେ ଅର୍ଥାତ ଅପରାହ୍ନ ସାଢ଼େ ୪ଟା ରେ ଶ୍ରୀନୁ କୁ ମିଳିଲା ବେଡ଼ । ତେବେ ଗତ୨୪ ତାରିଖ ରେ ଜିଲ୍ଲାପାଳ ଅଚାନକ ଏମକେସିଜି ମେଡିକାଲକୁ ଆସି ରୋଗୀଙ୍କ ସ୍ଥିତି ପରଖିଥିଲେ ଏବଂ ୨୫ତାରିଖରେ ମୀନାକ୍ଷୀ ନଗର ଠାରେ ଥିବା ଏକ ଘରୋଇ କୋଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର୍ କାଯ୍ୟକ୍ଷମ ହେଲା ଦିନ ରୋଗୀ ଆସିବା ମାତ୍ରେ ହିଁ ମିଳିବ ବେଡ଼ ଓ ଅକ୍ସିଜେନ ବୋଲି କହିଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ । କଥା କେବଳ କଥା ରେ ହିଁ ରହୁଛି କାମରେ ହେବାର ନା ହିଁ ଧରୁନି । ତେବେ ସବୁଠାରୁ ବଡ ପ୍ରଶ୍ନ ଏହାକି ଗତ ତିନିଦିନ ତଳେ ଜିଲ୍ଲାପାଳ ଯେଉଁ ଭିଡ଼ିଓ ଜାରି କରିବା ସହ ଟୁଇଟ କରି ଉଲ୍ଲେଖ କରିଥିଲେ କି ଜିଲ୍ଲାର ସମସ୍ତ କୋବିଡ଼ କେର୍ ହସ୍ପିଟାଲରେ ସମସ୍ତ ରୋଗୀଙ୍କୁ ସଠିକ ଚିକିତ୍ସା ସହ ବେଡ୍ ର ବ୍ୟବସ୍ଥା ହେଉଛି । କିନ୍ତୁ ଏଭଳି ବଡ଼ ମେଡିକାଲର ଦାରୁଣ ଚିତ୍ର ପଦାକୁ ଆସିବା ପରେ ଜିଲ୍ଲାପାଳ ମାରୁଥିବା ବାହାସ୍ପଟ ହାଟରେ ପଡି ଦାଣ୍ଡ ଗଡୁଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here