ଗୋଶାଣିନୁଆଗାଁ ଶାସ୍ତ୍ରୀ ନଗର କୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବେ ଘୋଷଣା

0
5

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ସହରରେ ଯେଉଁ ଠାରେ ଅଧିକ କରୋନା ଚିହ୍ନଟ ହୁଏ ସେଠାରେ ବାଉଁଶ ମାଧ୍ୟମରେ ବ୍ୟାରିକେଡ୍‌ କରାଯାଇ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।ତେଣୁ ଆଜି ଗୋଶାଣିନୁଆଗାଁ ଶାସ୍ତ୍ରୀ ନଗର ପ୍ରଥମ ଲାଇନ୍ କୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବେ ଚିହ୍ନଟ ଘୋଷଣା କଲେ ଜ଼ିଲ୍ଲା ପ୍ରଶାସନ । ପୂର୍ବରୁ ବିଏମ୍‌ସି ପକ୍ଷରୁ ୪ଟି ସାହିକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯାଇଛି । ସହରର ଗାନ୍ଧୀନଗର ପ୍ରଥମ ଲାଇନ୍, ଗୋଦାବରୀଶ ନଗର ଚତୁର୍ଥ ଲାଇନ୍, ହିଲପାଟଣା ପ୍ରଥମ ଓ ତୃତୀୟ ଲାଇନକୁ ମାଇକ୍ରୋ କଣ୍ଟନମେଣ୍ଟ ଭାବେ ଚିହ୍ନଟ କରାଯାଇ ଉକ୍ତ ସାହିର ପ୍ରବେଶ ପଥକୁ ସିଲ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here