ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ; ୨୪ଘଣ୍ଟାରେ ୮୩୮୬ ପଜିଟିଭ …

0
6

ବ୍ରହ୍ମପୁର, ୨୮/୦୪/୨୧/ (ମହାରାଣୀ ନ୍ୟୁଜ ): ୨୪ଘଣ୍ଟାରେ ରାଜ୍ୟରେ ୮୩୮୬ ପଜିଟିଭ୍ ଓ ଗଞ୍ଜାମରେ ୨୦୯ ପଜିଟିଭ୍ । କରୋନାର ଦ୍ଵିତୀୟଲହର ପୁଣି ତାର କାୟା ବିସ୍ତାର କରିଚାଲିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ମଧ୍ୟ ଭୟସଂଚାର ହେଉଛି । ଦିନକୁ ଦିନ କରୋନା ଉପରମୁହାଁ ହେବାରେ ଲାଗିଛି । ତେଣୁ କରୋନା କବଳରୁ କିଭଳି ମୁକ୍ତ ରହିବା ସେ ନେଇ କେନ୍ଦ୍ରସରକାର ରାଜ୍ୟ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ସମସ୍ତ ମାସ୍କ ବ୍ୟବହାର କରନ୍ତୁ, ଆବଶ୍ୟକ ନଥିଲେ ଘରୁ ନ ବାହାରନ୍ତୁ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ । ନିଜେ ସୁସ୍ଥ ରହନ୍ତୁ ଅନ୍ୟକୁ ସୁସ୍ଥ ରଖନ୍ତୁ । ଯଦି କୋଭିଡ ଗାଇଡ଼ ଲାଇନ୍ କୁ ମାନିବା ସହ ସଚେତନତା ରହିବା ତେବେ ରେଡ଼୍ ଜୋନ୍ ରେ ଥିବା ଗଂଜାମ ଜିଲ୍ଲା ପୁଣି ଗ୍ରୀନ୍ ଜୋନ୍ କୁ ଆସିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କହିଛନ୍ତି । ତେବେ ଆଜି ରାଜ୍ୟରେ ୨୪ଘଣ୍ଟାରେ ୮୩୮୬ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଅନଗୁଲ-୩୪୭,ବାଲେଶ୍ଵର-୨୦୨,ବରଗଡ-୨୫୭,ଭଦ୍ରକ-୬୭,ବଲାଙ୍ଗୀର-୩୫୮,ବୌଦ୍ଧ-୮୩,କଟକ-୪୯୬,ଦେଓଗାଡ଼-୬୧,ଢ଼େଙ୍କାନାଳ-୨୧,ଗଜପତି-୯୬,ଗଞ୍ଜାମ-୨୦୯,ଜଗତସିଂହପୁର-୧୨୯,ଯାଜପୁର-୨୭୦,ଝାରସୁଗୁଡ଼ା-୪୩୩,କାଲାହାଣ୍ଡି-୧୨୬,କନ୍ଧମାଳ-୫୩,କେନ୍ଦ୍ରାପଡା-୪୯,କେନ୍ଦୁଝର-୧୭୫,ଖୋର୍ଦ୍ଧା-୧୮୪୦,କୋରାପୁଟ-୬୯,ମାଲକାନଗିରି-୨୪,ମୟୂରଭଞ୍ଜ-୨୮୯,ନବରଙ୍ଗପୁର-୩୮୮,ନୟାଗଡ଼-୧୨୨,ନୁଆପଡା-୨୩୩,ପୁରୀ-୨୫୯,ରାୟାଗଡା-୭୫,ସମ୍ବଲପୁର-୩୦୭,ସୋନପୁର-୬୭, ସୁନ୍ଦରଗଡ-୯୩୩, ଅନ୍ୟାନ୍ୟ ଅଞ୍ଚଳ ରୁ -୩୪୮ ଚିହ୍ନଟ ହୋଇଥିବା ଜଣା ପଡ଼ିଛି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here