କରୋନା ଟିକାକରଣର ଭ୍ରାନ୍ତ ଧାରଣା ଉପରେ ୱେବିନାର ଅନୁଷ୍ଠିତ

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଗଞ୍ଜାମ ଜ଼ିଲ୍ଲା ଯୁବ ରେଡ଼କ୍ରସ ତରଫରୁ ଗଞ୍ଜାମ ଗଜପତିକୁ ନେଇ କରୋନା ଟିକାକରଣ ଉପରେ ଭ୍ରାନ୍ତ ଧାରଣା ବିଷୟ ଉପରେ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ କିଶୋର ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ । ମୁଖ୍ୟଅତିଥି ରୂପେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ 18ବର୍ଷରୁ ଉର୍ଦ୍ଧ ପିଲାମାନେ ଟୀକା ନେବା ପୂର୍ଵରୁ ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ। ସାଧନ ବ୍ୟକ୍ତି ରୂପେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଟୀକା ନେବାର ଗୁରୁତ୍ୱ ଉପରେ ବୁଝାଇ ଥିଲେ । ଅନ୍ୟତମ ବକ୍ତା ଅରୁଣା ଅନୁଷ୍ଠାନର ମୁଖ୍ୟ ଲୋକନାଥ ମିଶ୍ର ସମସ୍ତଙ୍କୁ ଟୀକା ନେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ପରିଚାଳନା କରିଥିଲେ । ଜଗନ୍ନାଥପ୍ରସାଦ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଲୋକନାଥ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ କେନ୍ଦୁପଦର ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ ଧନ୍ୟବାଦ ଦେଇଥିଲେ |ରାଜ୍ୟ ଯୁବ ରେଡ଼କ୍ରସ ସଞ୍ଜଜକ ଗୋପାଳ କୃଷ୍ଣ ମିଶ୍ର ଗଞ୍ଜାମ ଗଜପତି ଜ଼ିଲ୍ଲାର ଯୁବ ରେଡ଼କ୍ରସ ଉପଦେଷ୍ଟା ମାନଙ୍କ ମଧ୍ୟରେ ଆଗାମୀ ଦିନରେ କରୋନା ବିଷମ ପରିସ୍ଥିତିରେ ରକ୍ତଦାନ କରିବାକୁ କହିଥିଲେ |

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here