ନୀଳକଣ୍ଠେଶ୍ଵର ଶ୍ମଶାନ ଠାରେ ଓଡିଶା ମୋ ପରିବାର ତରଫରୁ ଏକ ହେଲ୍ପ ଡେସ୍କ ସ୍ଥାପନ

0
27

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): କୋରନା ଦ୍ଵିତୀୟ ଲହରର ଚଳିତ ବର୍ଷ ଓଡିଶା ମୋ ପରିବାର ପକ୍ଷରୁ ଆଜି ଶ୍ରୀଯୁକ୍ତ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ଶ୍ମଶାନ ପଡିଶାରେ ଆଜିଠାରୁ ଏକ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି । ଏହି ହେଲ୍ପଡେସ୍କ ସେବାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ। ସୂଚନାଯୋଗ୍ୟ କି କୋରାନରେ ମୃତ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଶବ ସତ୍କାର ସକାଶେ ମୋ ପରିବାର ସଦସ୍ୟ ମାନେ ମୃତକଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସହଯୋଗ କରିବେ ।ତେବେ ଆଜି ଶବ ଦାହ ଲାଗି ଆସୁଥିବା ସମ୍ପର୍କୀୟଙ୍କୁ ସାନିଟାଇଜର, ମାସ୍କ୍, ପିପିଇ କୀଟ, ପାଣି ବୋତଲ ସହ ଅସ୍ତି ରଖିବା ଲାଗି କଳସ ଆଦି ବଣ୍ଟନ କରାଯାଇଥିଲା । କୋଭିଡ ର ସମସ୍ତ ନିୟମ ଏବଂ ସତର୍କତା ଅବଲମ୍ବନ କରି ମୃତକଙ୍କ ପରିବାରକୁ ମୋ ପରିବାର ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା କହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସୁବାସ ମହାରଣା, ବିଜୟ ସାମଲ, ଅଜିତ୍ ପଣ୍ଡା, ଏମ୍. ତେଜେଶ୍ୱର୍ ସ୍ବାମୀ, ଚିତ୍ରସେନ ମହାପାତ୍ର, କୈଳାସ ବିଷୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଜଗନ୍ନାଥ ସାବତ ଓ ରାକେଶ ସାହୁ ନିଖିଲ ପାତ୍ର, ଏଙ୍କିଡି ପାତ୍ର, ପୂର୍ବତନ ମେୟର କେ.ମାଧବି ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here