ବଡ଼ ମେଡିକାଲର ଦାରୁଣ ଚିତ୍ର …

0
14

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ବଡ଼ ମେଡ଼ିକାଲ ବର୍ତ୍ତମାନ ଯମପୁର ପାଲଟିଛି । ଏ କଥା ଆମେ କହୁନାହୁଁ ବରଂ ଭାଇରଲ୍ ଭିଡ଼ିଓ କହୁଛି । ଭାଇରଲ୍ ଭିଡ଼ିଓରେ ଦେଖିବାକୁ ମିଳିଥିଲା ଏମକେସିଜିକୁ ଆସୁଥିବା ରୋଗୀଙ୍କ ସେବା କିଭଳି ଚାଲିଛି। କାହାକୁ ଚେୟାରରେ ବସେଇ ଆଶ୍ୱାସନା ଦିଆ ଯାଉଛି ତ ଆଉ କାହାକୁ ଚଟାଣରେ ଶୁଆଇ ଅକ୍ସୀଜେନ ଦିଆ ଚାଲିଛି । ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡିକାଲର ଦାରୁଣ ଚିତ୍ର ପଦାକୁ ଆସିଛି । ଏମ୍ କେସିଜି ମେଡ଼ିକାଲ ର ଏଭଳି ନଗ୍ନ ଚିତ୍ର ରୋଗୀଙ୍କ ସମ୍ପର୍କୀୟ ନିଜ ମୋବାଇଲରେ ଉତ୍ତୋଳନ କରି ଭାଇରାଲ କରି ପଠାଇଛନ୍ତି । ଆଉ ସେହି ଭିଡ଼ିଓ ବର୍ତ୍ତମାନ ମୋବାଇଲ କୁ ମୋବାଇଲ ଘୁରି ବୁଲିବାରେ ଲାଗିଛି । ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାଇ ଘଣ୍ଟା ଘଣ୍ଟା ଧରି ମେଡ଼ିକାଲକୁ ରୋଗୀଙ୍କୁ ଅଣାଯାଇଥିଲେ ମଧ୍ୟ ନା ଡାକ୍ତରଙ୍କ ଦେଖା ଅଛି ନା କୌଣସି ନର୍ସଙ୍କ । ପଚାରି ବୁଝିଲେ ଜାଣିବାକୁ ପାଉଛନ୍ତି ମେଡିକାଲରେ ଅକ୍ସୀଜେନ ନାହିଁ ବୋଲି । ଏହାସହ ରୋଗୀ ଯିବା ମାତ୍ରକେ ବେଡ଼ ଟିଏ ମିଳୁନଥିବା ଅଭିଯୋଗ ଆସିଛି । ରଙ୍ଗେଇଲୁଣ୍ଡା ବ୍ଲକ୍ ସମେତ ବ୍ରହ୍ମପୁର ସହର ଆଖ ପାଖ ଅଞ୍ଚଳ ଲୋକେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ନିର୍ଭରଶୀଳ ହୋଇଥାନ୍ତି କିନ୍ତୁ ଏଠି ନା ମିଳୁଛି ବେଡ଼ ନା ମିଳୁଛି ଏକ୍ସିଜନ । ତେବେ ସବୁଠାରୁ ବଡ ପ୍ରଶ୍ନ ଏହାକି ଗତ ଚାରିଦିନ ତଳେ ଜିଲ୍ଲାପାଳ ଟୁଇଟ କରି ଉଲ୍ଲେଖ କରିଥିଲେ କି ଜିଲ୍ଲାର ସମସ୍ତ କୋବିଡ଼ କେର୍ ହସ୍ପିଟାଲରେ ସମସ୍ତ ରୋଗୀଙ୍କୁ ସଠିକ ଚିକିତ୍ସା ସହ ବେଡ୍ ର ବ୍ୟବସ୍ଥା ହେଉଛି । କିନ୍ତୁ ଏଭଳି ବଡ଼ ମେଡିକାଲର ଦାରୁଣ ଚିତ୍ର ପଦାକୁ ଆସିବା ପରେ ଜିଲ୍ଲାପାଳ ମାରୁଥିବା ବାହାସ୍ପଟ ହାଟରେ ପଡି ଦାଣ୍ଡରେ ଗଡୁଛି ମନେ ହେଉଛି ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here