ଗୋପାଳପୁର ରେ ଜୀବନ,ଜୀବିକା ସହ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ 

0
12

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଗୋପାଳପୁର ଏନ୍ ଏ ସି କାର୍ଯ୍ୟଳୟ ଠାରେ ମହାମାରୀ କରୋନା ଦ୍ଵିତୀୟ ଲହରୀ ସଂକ୍ରମଣ କୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେଇ ଥିବା ବେଳେ ଆଜି ଗୋପାଳପୁର ରେ ରାଜ୍ୟ ସରକାରଙ୍କ ନିୟମ ପାଳନ କରିବା ସହ ଅଞ୍ଚଳରେ ଜୀବନ ଜୀବିକା ସହ କରୋନା ମୁକାବିଲା ପାଇଁ ସ୍ଥାନୀୟ ବରିଷ୍ଟ ନାଗରିକ ମଞ୍ଚ, ସ୍ଥାନୀୟ ବୁଦ୍ଧିଜୀବୀ, ବଜାର ସଙ୍ଘ,ମତ୍ସ୍ୟଜୀବୀ ସଂଘ ର ପ୍ରତିନିଧି ମାନେ ଯୋଗ ଦେଇ ଗୋପାଳପୁର କୁ କରୋନା ମୁକ୍ତ କରିବା ସହ ମୁକାବିଲା କରିବା ସହ ଜୀବନ ଜୀବିକା ଉପରେ ଆଲୋଚନା ହୋଇଥିଲା। ଆଲୋଚନା ରେ ନିଷ୍ପତ୍ତି କରାଗଲା ଯେ ବୁଧବାର ଠାରୁ ସକଳ ୭ ରୁ ୧୧ ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ ରୁ ୮ ପର୍ୟ୍ୟନ୍ତ ଦୋକାନ ବଜାର  ସରକାର ଙ୍କ ନିୟମ ପାଳନ କରି ଖୋଲାଯିବ। ହୋଟେଲ ଓ ଠେଲା ଦୋକାନୀ ମାନେ ସାମାଜିକ ଦୂରତା ପାଳନ କରିବା ସହ ପାର୍ଶଲ୍ ଦେବାକୁ ଏବଂ ଠେଲା ଦୋକାନୀ ମାନେ ମୁଖ୍ୟ ରାସ୍ତା ରେ ନ ରଖି ସାହି ସାହି ରେ ବ୍ୟବସାୟ କରିବା ସହ ସରକାର ନିୟମ ପାଳନ କରିବା ସହ ସରକର ନିୟମ କୁ ଅବମାନନା କଲେ ପ୍ରଶାସନ ପକ୍ଷରୁ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ କନିସି ତହସିଲଦାର ତାପସ ରାଉତ, ଗୋପାଳପୁର ଥାନା ଏସ ଆଇ ମହେନ୍ଦ୍ର କୁମାର ବେହେରା , ପଞ୍ଚୁ ବେହେରା, ଭାଗିରଥି ଗୌଡ, ମେହେମୁଦ ନିଶାଦ, କେ. ସଞ୍ଜୟ, ହରିହର ସାହୁ, ଜି. ମୋହନ ରାଓ, ରାମଜାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here