ସିଲ୍ ହେଲା ସନ୍ତୋଷି ମା ମନ୍ଦିର

0
17

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଜିଲ୍ଲାରେ କରୋନାର ପ୍ରକୋପ ବୃଦ୍ଧି ହେଉଥିବାରୁ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କୋରନା ସଂକ୍ରମଣ ରୋକିବା ନେଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କେବଳ ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜକ ମାନଙ୍କ ଦ୍ୱାରା ପୂଜା କରିବାକୁ ଅନୁମତି ରହିଛି । ଆଜି ଶୁକ୍ରବାର ହୋଇଥିବାରୁ ସନ୍ତୋଷି ମା ମନ୍ଦିରରେ ରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କୋବିଡ଼ ଗାଇଡ଼ ଲାଇନ୍ ଉଲଘଂନ ଅଭିଯୋଗରେ ଉକ୍ତ ମନ୍ଦିର ର କୁ ସିଲ କଲା ବିଏମ୍ ସି ଏନ୍‌ଫୋର୍ସମେଣ୍ଟ । କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ବିଜିପୁର ସନ୍ତୋଷି ମା ମନ୍ଦିରକୁ ସିଲ୍‌ କରିଦିଆଯାଇଛି । ଶୁକ୍ରବାର ବ୍ରତ ପୂଜା ପାଇଁ ମନ୍ଦିର ପରିସର ରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମନ୍ଦିର ବାହାରେ ଓ ଭିତରେ ବହୁ ଲୋକଙ୍କ ଭିଡ ଜମିଥିଲା ସେଠାରେ ପ୍ରଶାସନିକ ଅଧିକାରୀମାନେ ଚଢଉ କରିଥିଲେ । ସାମାଜିକ ଦୂରତ୍ବ ନଥିବା ବେଳେ ବହୁ ଲୋକ ମାସ୍କ ମଧ୍ୟ ପିନ୍ଧିନଥିଲେ । ସେହିପରି ପ୍ରଶାସନ ମନ୍ଦିରର ପୂଜକ ତଥା ପରିଚାଳନା କିମିଟି ପକ୍ଷରୁ ନିୟମାବଳୀ ଅନୁସାରେ କେବଳ ପୂଜାରୀ ମାନେ ହିଁ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଲୋକ ମନ୍ଦିର ପରିସର ମଧ୍ୟରେ ଥିବା ନଜର କୁ ଆସିଛି । କୋଭିଡ୍ କଟକଣା ନିୟମ ଉଲ୍ଲଂଘନ କରିବା ହେତୁ ବିଜିପୁର ଛକ ନିକଟସ୍ଥ ସନ୍ତୋଷି ମା ମନ୍ଦିର କୁ ସିଲ୍ କରାଯାଇଥିଲା । ମନ୍ଦିର ସିଲ୍ ବେଳେ ଏନ୍‌ଫୋର୍ସମେଣ୍ଟ ଟିମ୍ ଅଧିକାରୀ ତରୁଣକାନ୍ତ ସମେତ ବହୁ ବିଏମ୍ ସି କର୍ମଚାରୀ ଉପସ୍ଥିତ ଥିଲେ । ତେବେ ମନ୍ଦିର କେତେ ଦିନ ପାଇଁ ବନ୍ଦ ରହିଛି ତାହା ବର୍ତ୍ତମାନ ପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here