ଗତ ଶୁକ୍ରବାର ର ଦୃଶ୍ୟ ଦେଖିଲେ କୋରନା କୁ ନିମନ୍ତ୍ରଣ କଲା ଭଳି ମନେ ହେଉଛି

0
12

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଜିଲ୍ଲାରେ କରୋନାର ପ୍ରକୋପ ବୃଦ୍ଧି ହେଉଥିବାରୁ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କୋରନା ସଂକ୍ରମଣ ରୋକିବା ନେଇ ,ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଜନସାଧାରଣ ସେହି ପଦକ୍ଷେପ ଖୁଲାମ୍ ଖୁଲା ଉଲଂଘନ କରିଥିବାର ଦେଖିବାକୁ ମିଳିଛି । କୋରନା ପାଇଁ ଭିଡ଼ ନିୟନ୍ତ୍ରଣ ନିମନ୍ତେ ପ୍ରଶାସନ ର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡ଼ାଉନ୍ ଥିବା ବେଳେ ଗତ ଶୁକ୍ରବାର ଦିନ କମାପଲ୍ଲୀ ମାଛ ମାର୍କେଟ ,ପରିବା ମାର୍କେଟରେ ବହୁ ପରିମାଣରେ ଭିଡ ଦେଖିବାକୁ ମିଳିଥିଲା, ଯାହା ଦୃଶ୍ୟ ଦେଖିଲେ ଲାଗୁଛି କୋରନା ସଂକ୍ରମଣ ରୋକିବା ନୁହେଁ କୋରନା ସଂକ୍ରମଣ କୁ ବୃଦ୍ଧି କରିବା । ସୂଚନାଯୋଗ୍ୟ ଯୋଗ୍ୟ ଯେ ଶନିବାର ଓ ରବିବାର ସଟ୍ ଡ଼ାଉନ୍ ଯୋଗୁଁ ଏହି ପରି ଭିଡ଼ ହେଉଥିବା ଜଣାପଡ଼ିଛି । ଏହିପରି ଯଦି ଭିଡ ନିୟନ୍ତ୍ରଣ ନ ହୁଏ ତେବେ ଆଗାମୀଦିନରେ ଗଞ୍ଜାମ ରେ କରୋନା ସ୍ଥିତି ପୂର୍ବା ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here