କାଯ୍ୟକ୍ଷମ ହେଲା ଶୀତଳାପଲ୍ଲୀ ଟାଟା କୋଭିଡ଼୍ ହସ୍ପିଟାଲ

0
3

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସଂକ୍ରମିତରୋଗୀ ମାନଙ୍କ ଚିକିତ୍ସାରେ ନିମନ୍ତେ ବେଡ଼ ସମସ୍ୟା ଓ ଅକ୍ସୀଜେନ ଅଭାବ ଏ ସମସ୍ତ ପ୍ରକାର ସମସ୍ୟାକୁ ଦୂର କରିବା ପାଇଁ ପୂର୍ବରୁ ବନ୍ଦଥିବା ଶୀତଳାପଲ୍ଲୀ ଠାରେ ଥିବା ଟାଟା କୋଭିଡ଼ ହାଇ ଟେକ୍ ହସପିଟାଲକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇଛି । ତେବେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା , ଉପଜିଲ୍ଲାପାଳ ଭି କୀର୍ତ୍ତି ୱାସନ୍ ,କମିଶନର ସିଦ୍ଧେଶ୍ୱର ବଳୀରାମ ବୋନ୍ଦାର ଉପସ୍ଥିତ ରହି ସର୍ବସାଧାରଣଙ୍କ ପାଇଁ ଏହା ଖୋଲାଯାଇଛି । ସଂକ୍ରମିତ ରୋଗୀଙ୍କୁ ବେଡ଼ ଯୋଗାଇବା ଲକ୍ଷ୍ୟ ନେଇ ବ୍ରହ୍ମପୁରରେ ୩ ଟି କୋଭିଡ କୋଭିଡହେଲ୍‌ଥ ସେଣ୍ଟର ହସ୍ପିଟାଲ ପରିଚାଳିତ ହେଉଅଛି । ତେବେ ଏହି ଟାଟା କୋଭିଡ ହସ୍ପିଟାଲରେ ୨୧୩ ବେଡ଼ ସମେତ ୫୫ ଟି ଆଇସିୟୁ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here