ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ୩ ସିଣ୍ଡିକେଟ ସଭ୍ୟ ଚୟନ

0
17

    ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ନୂଆ ନିୟମ ଲାଗୁ ହେବାପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ପ୍ରାୟ ୨୩ ଜଣ ସିଣ୍ଡିକେଟ ସଭ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ଚୟନ ହୋଇଥିବା ବେଳେ। ରାଜ୍ୟ ସରକାର ଙ୍କ ପ୍ରତିନିଧି ଭାବେ ଚିଠି ନଂ ୧୯୦୧୭ / ୩୦/୪/୨୧ ପ୍ରକାରେ ୩ ଜଣଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ସାଧାରଣ ବର୍ଗ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଇ ଆର୍ ଏଣ୍ଡ ପି ଏମ୍ ବିଭାଗ ଅବସର ପ୍ରାପ୍ତ ପ୍ରଫେସର୍ ଭବାନୀ ପ୍ରସାଦ ରଥ, ଜାତି ଜନଜାତି ବର୍ଗ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଜିଓଗ୍ରାଫି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର୍ କବୀର୍ ମୋହନ ସେଠୀ ଏବଂ ମହିଳା ବର୍ଗ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପିକା ଡ.ଅମିତା କୁମାରୀ ଚୌଧୁରୀ ଚୟନ ହୋଇ ଛନ୍ତି। ଆଉ ୮ ଜଣ ପ୍ରତିନିଧି ଚୟନ ହେବେ ବୋଲି ଜଣାପଡିଛି। ସେହିପରି ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗର ପ୍ରଫେସର ଅରୁନ୍ଧତୀ ରଥ ରେଭେନ୍ସା ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ସଭ୍ୟା ଭାବେ ଚୟନ ହୋଇଥିବା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ ୧୯୦୪୧/ ୩୦/୪/୨୧ ରେ ଉଲ୍ଲେଖ ରହିଛି। ଏମାନେ ୪ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବ ରେ ରହିବେ। ପ୍ରଫେସର ଅରୁନ୍ଧତୀ ରଥ ପିଜି କାଉନସିଲ ଅଧ୍ୟକ୍ଷା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ସିଣ୍ଡିକେଟ ସଭ୍ୟା ରହିଛନ୍ତି।ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପୂର୍ବତନ କୁଳପତି  ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ର ସିିିଣ୍ଡିକେଟ ସଭ୍ୟ ଭାବେ ଚୟନ ହୋଇଥିବା ଜଣାପଡିଛି।ସେ ୨୦୧୯ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ସିିଣ୍ଡିକେଟ ସଭ୍ୟ ଥିଲେ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here