ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ଏକ ତାଲିମପ୍ରାପ୍ତ ପ୍ୟାରେଡ ର ପାସ୍ ଆଉଟ୍ ପ୍ୟାରେଡ ଅନୁଷ୍ଟିତ ।

0
6

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଶନିବାର ଦିନ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ଏକ ତାଲିମପ୍ରାପ୍ତ ପ୍ୟାରେଡ ର ପାସ୍ ଆଉଟ୍ ପ୍ୟାରେଡ ଅନୁଷ୍ଟିତ ହୋଇଯାଇଛି । ଗୋପାଳପୁରର ବ୍ରିଗେଡିୟର୍ ସୁମିତ ମାଥୁର, କମାଣ୍ଡାଣ୍ଟ, ଆର୍ମି ଏୟାର ଡିଫେନ୍ସ ସେଣ୍ଟର ସମୀକ୍ଷା କରିଥିଲେ। ପାସ୍ ଆଉଟ୍ ପ୍ୟାରେଡ୍ ଟି ୪୬ସପ୍ତାହର ତାଲିମ ପ୍ରଦାନ ପରେ ଶେଷ ହୋଇଥିଲା । ଯାହା ଜୁନ୍ ୨୦୨୦ ରେ ଆରମ୍ଭ ହୋଇ ସେପ୍ଟେମ୍ବର୨୧ରେ ଶେଷ ହୋଇଥିଲା। ପ୍ରଶିକ୍ଷାର୍ଥୀ ମାନଙ୍କୁ ଶିବିରରେ ଶାରୀରିକ ତାଲିମ, ଡ୍ରିଲ୍, ଅସ୍ତ୍ରଶସ୍ତ୍ର ତାଲିମ, ବାଧାବିଘ୍ନ ତାଲିମ, ଆକ୍ରମଣ ରୁ ସୁରକ୍ଷା, ଶାରୀରିକ, କ୍ରୀଡା ସହ ବାଣିଜ୍ୟ ତାଲିମ ପ୍ରଶିକ୍ଷଣ ଦିଆଯାଇଥିଲା l ସେହିଭଳି ରୋହିତ ସିଂ ଜସ୍ରୋଟିଆ, ଦେବେନ୍ଦ୍ରନ ଆର, ମନୀଷ କୁମାର ବାଇଥା, ଅରବିନ୍ଦ କୁମାର ଏବଂ ଆଦୀପ ଚନ୍ଦ୍ରନଙ୍କୁ ନିଜ ନିଜ ବ୍ୟାଚ୍ ଶ୍ରେଷ୍ଟ ପ୍ରଶିକ୍ଷକ ଭାବରେ ବିଚାର କରାଯାଇଥିଲା।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here