ବ୍ରହ୍ମପୁର ପ୍ରେସ କ୍ଲବରେ ସ୍ଥାପନ ହେଲା ଆଇସୋଲେସନ ବ୍ୟବସ୍ଥା । ଆଜି ମହାନଗର ନିଗମରେ ସାମ୍ବାଦିକଙ୍କୁ ଟୀକା…

0
5

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ବ୍ରହ୍ମପୁର ପ୍ରେସ କ୍ଲବ ପାଲଟିଲା ଆଇସୋଲେସନ କେନ୍ଦ୍ର। କୋରନା ମହାମାରୀ ର ପ୍ରକୋପ ରେ ବର୍ତ୍ତି ନାହାଁନ୍ତି ସାମ୍ବାଦିକ।ତେବେ ସାମ୍ବାଦିକ ମାନଙ୍କ ମଧ୍ୟରେ କୋରନା ସଂକ୍ରମଣ କୁ ନେଇ ବଢିଛି ଚିନ୍ତା। ନିକଟରେ ଗଞ୍ଜାମ ଜିଲ୍ଲାର ୫ଜଣସାମ୍ବାଦିକଙ୍କ କୋରନାରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଛି।ଏହାକୁ ନେଇ ପ୍ରେସ କ୍ଳବ୍ ସଭାପତି ଶିଶିର କୁମାର ପାଣିଗ୍ରାହୀଙ୍କ ଉଦ୍ୟମ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହଯୋଗ ରେ ପ୍ରେସ କ୍ଳବ୍ କୁ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ନିମନ୍ତେ ୮ଟି ଶଯ୍ୟା ବିଶିଷ୍ଟ ଆଇସୋଲେସନ କେନ୍ଦ୍ର ନିର୍ମାଣ କରାଯାଇଛି। ଏହା ସହିତ ଅକ୍ସୀଜେନ ,ପଲ୍ସ ଅକ୍ସିମିଟର, ଇନଫ୍ରା-ରେଡ ଥର୍ମୋମିଟର ବନ୍ଧୁକ ଓ ବିଭିନ୍ନ ଔଷଧ ସହିତ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିବା ବ୍ରହ୍ମପୁର ପ୍ରେସ୍ କ୍ଳବ୍ ର ପୂର୍ବତନ ସଭାପତି ଅର୍ଥାତ୍ ବରିଷ୍ଠ ସାମ୍ୱାଦିକ ଶିଶିର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ଗତ ବର୍ଷ ବ୍ରହ୍ମପୁରର କିଛି ସାମ୍ବାଦିକ ମାନେ କୋଭିଡ ପଜିଟିଭ୍ ହୋଇଥିଲେ ଏବଂ ହୋମ ଆଇସୋଲେସନ ସମୟରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।ସେହିପରି କୋରନାର ଦ୍ୱିତୀୟ ଲହରରେ ୫ ଜଣ ସ୍ଥାନୀୟ ସାମ୍ବାଦିକ କୋଭିଡ ପଜିଟିଭ୍ ହୋଇଛନ୍ତି ଏବଂ କିଛି ସାମ୍ବାଦିକ ଲକ୍ଷଣ ଥିବା ମନେ ହୋମ ଆଇସୋଲେସନ ରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ତେବେ ଏହି ଭଳି ବ୍ୟବସ୍ଥା ଯୋଗୁଁ ବ୍ରହ୍ମପୁର ପ୍ରେସ୍ କ୍ଳବ୍ ରାଜ୍ୟର ଏକ ଉଦାହରଣ ପାଲଟିଥିବା ସାମ୍ବାଦିକ ମହଲରେ ଚର୍ଚ୍ଚା ହେଉଛି । ତେବେ ରାଜ୍ୟ ସରକାରଙ୍କ ଘୋଷଣା ପରେ ବହୁ ବିଳମ୍ବରେ ହେଲେ ମଧ୍ୟ ସାମ୍ବାଦିକଙ୍କ ଟିକାକରଣ ସୋମବାର ଠାରୁ ଆରମ୍ଭ ହେବ । ଆସନ୍ତା କାଲି ସକାଳ ୯ଟାରୁ ସାମ୍ବାଦିକ ମାନଙ୍କୁ ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଟିକା ଦିଆଯିବ ବୋଲି କମିଶନର ଡ.ସିଦ୍ଧଶ୍ୱର ବଳିରାମ ବୋନ୍ଦର କହିଛନ୍ତି । ନିଜର ନିଜର ଆଇ କାର୍ଡ ଦେଖାଇ ପଞ୍ଜିକରଣ କରି ସାମ୍ବାଦିକ ମାନେ ଟିକା ନେବେ । ପ୍ରାଥମିକତା ଭାବେ ସାମ୍ବାଦିକଙ୍କୁ ଟିକା ଦେବାକୁ ବ୍ୟବସ୍ଥା ହୋଇଥିବା କମିଶନର ସୂଚନା ଦେଇଛନ୍ତି । ସାମ୍ବାଦିକଙ୍କ ଟିକାକରଣ ଘୋଷଣା ହେବା ପରେ ସାମ୍ବାଦିକ ମାନେ ଖୁସି ହେବା ସହ ରାଜ୍ୟ ସରକାର ଓ କମିଶନରଙ୍କୁ କୃତଜ୍ଞତା ଜଣାଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here