ମଧୁ ସୁଦନ ବିଶ୍ଵବିଦ୍ୟାଳୟ ର ସିଣ୍ଡିକେଟ ସଭ୍ୟ ପ୍ରଫେସର୍ ଭାଗିରଥି ପାଣିଗ୍ରାହି …

0
13

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ  ଆଇନ ବିଭାଗର  ମୁଖ୍ୟ ପ୍ରଫେସର ଭାଗିରଥି ପାଣିଗ୍ରାହୀଙ୍କୁ କଟକ ସ୍ଥିତ ମଧୁସୂଦନ ଲ ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ ସଭ୍ୟ ରୂପେ ମନୋନୀତ ହୋଇଛନ୍ତି। ପ୍ରଫେସର ପାଣିଗ୍ରାହୀ ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସିଣ୍ଡିକେଟ ସଭ୍ୟ ରୂପେ ରହି ନିଜ ଦାୟିତ୍ୱ ତୁଲାଉଥିଲେ।ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ମୋନାନିତ ହୋଇଥିବା ଚିଠି ନଂ ୧୯୦୫୩ /୩୦.୫.୨୧ ରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ସେ ଜଣେ ବିଶିଷ୍ଟ ଶିକ୍ଷାବିତ ସହ ପରପକାରୀ, ମେଳାପୀ, ମାନ୍ୟଗଣ୍ୟ ବ୍ୟକ୍ତି  ଅଟନ୍ତି ତେଣୁ ମଧୁସୂଦନ ଲ  ବିଶ୍ବବିଦ୍ୟାଳୟ ର ସିଣ୍ଡିକେଟ ସଭ୍ୟ ରୂପେ ମନୋନୀତ ହୋଇଥିବାରୁ ସୁଚାରୁ ରୂପେ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି  ପ୍ରଫେସର ପାଣିଗ୍ରାହି, କର୍ମଚାରୀ, ଛାତ୍ରଛାତ୍ରୀ,ସ୍କଲାର ଏବଂ ଶୁଭେଚ୍ଛୁ ମାନେ ପ୍ରଫେସର ପାଣିଗ୍ରାହୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। 

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here