ସାମ୍ବାଦିକଙ୍କ ମାତୃ ବିୟୋଗ  …

0
8

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ ):  ସାମ୍ବାଦିକ ଅନିଲ କୁମାର ପଟ୍ଟନାୟକ ଙ୍କ ମାତୃ ସୁକାନ୍ତି ପଟ୍ଟନାୟକ ସୋମବାର ସକାଳ ସାଡେ ୧୧ ଟା ସମୟରେ ପରଲୋକ ହୋଇଛି । ମୂର୍ତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ତତା ଅନୁଭବ କରିବା ପରେ ଚିକିତ୍ସା ନିମନ୍ତେ ତାଙ୍କୁ ବଡ଼ମେଡ଼ିକାଲ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସା ଅବସ୍ଥାରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶରୀରକୁ ଶାସ୍ତ୍ରୀନଗର ୨ୟ ଲାଇନ୍ ରେ ଥିବା ଅବସର ପ୍ରାପ୍ତ ପୁଲିସ କର୍ମଚାରୀ ଗଗନ ବିହାରୀ ପଟନାୟକ  ବାସଭବନକୁ ନିଆଯାଇଥିଲା । ସ୍ବର୍ଗତ  ପଟ୍ଟନାୟକ ଧର୍ମପରାୟଣ, ମିଳାପି, ପରୋପକାରିତା, ମିଷ୍ଟଭାଷୀ ଭାବେ ଅଞ୍ଚଳରେ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ପାଖରେ ୨ ପୁଅ ,ବହୁ,୫ଝିଅ ଓ ଜ୍ବାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ଜାଣିବା ପରେ ଅଂଚଳର ବହୁ ଲୋକ ଏବଂ ବନ୍ଧୁ ବାନ୍ଧବ ଶେଷ ଦର୍ଶନ କରିଥିଲେ। 

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here