ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ବିଦେଶ ମଦ ଜବତ ,ଦୁଇ ଗିରଫ

0
6

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଵ୍ରହ୍ମପୁର ଫାଷ୍ଟ ଗେଟ ସ୍ଥିତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ପୁଲିସର ଚଢଉ । ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ସହ ୨ ଗିରଫ । ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସବଇନିସପେକ୍ଟର ବିଶ୍ୱଜିତ ଦାଶଙ୍କ ନେତ୍ତୃତ୍ୱରେ ଏକ ଟିମ୍ ଫାଷ୍ଟଗେଟ ଅଞ୍ଚଳରେ ତଲାସୀ ବେଳେ ଦୃତ ଗତିରେ ଆସୁଥିବା ଏକ ଟାଟାଏସି ଗାଡ଼ିକୁ ଦେଖି ସନ୍ଧେହ ହେବା ଫଳରେ ଗାଡ଼ି କୁ ଅଟକାଇ ଯାଞ୍ଚ ବେଳେ ୧୫ ପେଟି ନକଲି ବିଦେଶ ମଦ ଜବତ କରିଥିଲେ । ଏନେଇ ଅଧିକ ତଦନ୍ତରୁ ଅବକାରୀ ପୋଲିସ ଶ୍ରୀକ୍ଷେତ୍ର ବିହାର ଅଂଚଳରୁ ୧୦୦୦ଲିଟର ସ୍ପିରିଟ,୧୨୯ ଲିଟର ବିଦେଶୀ ମଦ ୫ହଜାର ବିଭିନ୍ନ ବ୍ରାଣ୍ଡର ଠିପି, ଲେବଲ ଓ ଏକ ଟାଟା ଏସି ଗାଡି ସହ ୨ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ହେଲେ ସ୍ଥାନୀୟ ଗୁଳାପୁଲି ସାହି ର ବାବୁ ପଣ୍ଡା ଶ୍ରୀଧର ସାହୁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ବର୍ତ୍ତମାନ ଏହି ମାମଲା ପଛରେ ଆଉ କିଏ କିଏ ରହିଛନ୍ତି ତାହା ଅଧିକ ତଦନ୍ତ କରୁଥିବା କହିଛି ଅବକାରୀ ପୋଲିସ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here