ଇଞ୍ଜିନିୟର ସ୍କୁଲ ରାସ୍ତା କଡ଼ରୁ ଉଚ୍ଛେଦ ହେଲେ ଖୁଚୁରା ବ୍ୟବସାୟୀ ।

0
9

ବ୍ରହ୍ମପୁର, ୦୪/୦୫/୨୧/ (ମହାରାଣୀ ନ୍ୟୁଜ୍): ଇଞ୍ଜିନିୟର ସ୍କୁଲ ଛକ ମୁଖ୍ୟ ରାସ୍ତାକଡ଼ରେ ପସରା ପଡ଼ିଥିବା ପୂଜା ସାମଗ୍ରୀ ସମେତ ଅନ୍ୟ ପରିବା ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଆଜି ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ତାଗିତ କରିବା ସହ ରାସ୍ତାକଡ଼ରୁ ଉଚ୍ଛେଦ କରିଛି । ଏଥିରେ ଟିମ୍‌ର ଅଧିକାରୀ ତରୁଣକାନ୍ତଙ୍କ ନେତୃ୍‌ତ୍ୱରେ ଇଞ୍ଜିନିୟର ସ୍କୁଲ ଛକ ମୁଖ୍ୟ ରାସ୍ତାକଡ଼ରେ ବସି ରହିଥିବା ବହୁ ବ୍ୟବସାୟୀଙ୍କୁ ହଟେଇ ଦିଆଯାଇଛି। ଭେଣ୍ଡିଂ ଜୋନ୍‌ରେ ଏହି ବ୍ୟବସାୟୀଙ୍କ ନିମନ୍ତେ ବାରିକେଡ଼୍ ବନ୍ଧା ଯାଇ ବ୍ୟବସାୟର ସୁବିଧା କରାଯାଇଛି । ଏ ନେଇ ବିଏମ୍‌ସି ଟିମ୍ ପକ୍ଷରୁ ଭେଣ୍ଡିଂ ଜୋନ୍‌କୁ ଯାଇ ବ୍ୟବସାୟ କରିବା ପାଇଁ କୁହାଯାଇଥିଲା । କିନ୍ତୁ ବ୍ୟବସାୟୀମାନେ ଏହାକୁ ଅଣଦେଖା କରି ଭେଣ୍ଡିଂ ଜୋନ୍ ନ ଯାଇ ରାସ୍ତା କଡ଼ରେ ବ୍ୟବସାୟ କରିଆସୁଥିଲେ । ଯଦ୍ୱାରା ବହୁ ସମୟରେ ରାସ୍ତା ଜାମ୍ ସହ ଦୁର୍ଘଟଣା ହେଉଥିଲା । ଏହାକୁ ନେଇ ଆଜି ଏନ୍‌ଫୋର୍ସ ମେଣ୍ଟ ଟିମ୍ ବାଧ୍ୟ ହୋଇ ଏହି ବେପାରୀମାନଙ୍କୁ ରାସ୍ତା କଡ଼ରୁ ହଟାଯାଇଛି । ଏହି ବ୍ୟବସାୟୀମାନଙ୍କୁ ବେରିକେଡ଼୍ ସ୍ଥାନକୁ ଯାଇ ବ୍ୟବସାୟ କରିବା ପାଇଁ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଅଧିକାରୀ ତରୁଣକାନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେହି ନିର୍ଦ୍ଦେଶ କୁ ବ୍ୟବସାୟୀମାନେ ନ ମାନି ଏନ୍‌ଫୋର୍ସମେଣ୍ଟ ଟିମ୍ ଅଧିକାରୀଙ୍କ ସହ ପ୍ରାୟ ୧ ଘଣ୍ଟା ପାଟି କଟାକାଟି କରିଥିଲେ । ପରେ ଏନ୍‌ଫୋର୍ସମେଣ୍ଟ ଅଫିସର ବିଏମସି କାଯ୍ୟାଳୟକୁ ଆସି କମିଶନରଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here