ବେକରେ ବେଲ୍‌ଟ୍‌ ଗୁଡ଼ାଇ ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଗୋଳନ୍ଥରା ଥାନାରେ ଜଣେ ଯୁବକର ଆତ୍ମହତ୍ୟା ଅଭିଯୋଗ। ମୃତ ଯୁବକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ(୩୨)। ଘଟଣା ମୁତାବକ ଗଣେଶ ଆଜି ମଧ୍ୟାହ୍ନ ସମୟରେ ଗୋଟିଏ ଇଟା ଫ୍ୟାକ୍ଟିକୁ ଯାଇ ସେଠାରେ କାଯ୍ୟ କରୁଥିବା ମହିଳା ମାନଙ୍କୁ ଦୃବ୍ୟବହାର କରିଥିଲା ଏଥିରେ ଇଟା ଫ୍ୟାକ୍ଟି ମାଲିକ ଅମିତ କୁମାର ଦାସ ଗୋଳନ୍ଥରା ଥାନା ପୋଲିସ କୁ ଜଣାଇ ଥିଲେ । ପରେ ପୋଲିସ ଗଣେଶ କୁ ଆଣି ଥାନାର ମହିଳା ଓ ଶିଶୁ ଡେସ୍କରେ ଅଟକ ରଖି ପଚରା ଉଚରା କରିଥିଲେ । କିଛି ସମୟ ପରେ ପୋଲିସ୍ କର୍ମଚାରୀ ମାନେ ଅନ୍ୟ କାମରେ ବାହାରକୁ ଯିବାବେଳେ କେହି ନଥିବାର ସୁଯୋଗ ନେଇ ଗଣେଶ ବେକରେ ବେଲ୍‌ଟ୍‌ ଗୁଡ଼ାଇ ଆତ୍ମହତ୍ୟା କରିଥିଲା। ପୋଲିସ ମୃତଦେହ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲ ଆଣିଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଗଣେଶ ଏକ ହତ୍ୟା ମାମଲାରେ ଜେଲ ଯାଇ କିଛି ମାସ ପୂର୍ବେ ନିର୍ଦ୍ଦୋଷରେ ଖଲାସ ହୋଇ ଜେଲ ରୁ ମୁକୁଳିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here