ଇନ୍ଦ୍ରାକ୍ଷୀ ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ ,୫୦ ୟୁନିଟ ରକ୍ତ ସଂଗ୍ରହ

0
6

ରଙ୍ଗେଇଲୁଣ୍ଡା,୨୯/୦୭/୨୧/(ମହାରାଣୀ ନ୍ୟୁଜ୍):ଜୀବନ ଦାନ ର ଅନ୍ୟ ନାମ ହେଉଛି ରକ୍ତଦାନ । ଯାହାର ବିକଳ୍ପ ନାହିଁ । ଏହା ଏକ ଅମୂଲ୍ୟ ସମ୍ପଦ । ତେଣୁ ରକ୍ତ ଅଭାବ କୁ ଦୂର କରିବା ପାଇଁ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଓ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ତରଫରୁ ଇନ୍ଦ୍ରାକ୍ଷୀ  ଗ୍ରାମରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ ଗ୍ରାମର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବରକୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ସୁବାଷ ମହାରଣା ମୁଖ୍ୟ ଅତିଥ ଭାବେ ଯୋଗ ଦେଇ ଉକ୍ତ କ୍ରାଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଥିରେ ଇନ୍ଦ୍ରାକ୍ଷୀ ସରପଞ୍ଚ ଦଣ୍ଡପାଣି ସାହୁ, ବ୍ଲକ୍ ଚ୍ୟାରମ୍ୟାନ୍ ସିଏଚ ଉଷାରାଣୀ, ପୂର୍ବତନ ଅଧ୍ୟକ୍ଷା ପି. କମଳା ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସି.ଏଚ.ଡିଲେଶ୍ଵରି ରେଡ଼ି, ଜିଲ୍ଲା ପରିଷଦ ମଞ୍ଜୁଶ୍ରୀ ଦଳାଇ , ରଙ୍ଗେଇଲୁଣ୍ଡା ଉପାଧ୍ୟକ୍ଷ ଅଜିତ କୁମାର ଦାଶ, ଜିଲ୍ଲା ମହିଳା ସଭାପତି ଏମ୍. ସୁଜାତ, ରାଜ୍ୟ ମହିଳା ସମ୍ପାଦିକା ପ୍ରଜ୍ଞା ପଣ୍ଡା, ପୂର୍ବତନ କାଉନ୍ସିଲର ମଧୁସ୍ମିତା ମାଝୀ, ଜଗନ୍ନାଥ ସାବତ ,ଯୁବନେତା ଦଣ୍ଡପାଣି ପାଣିଗ୍ରାହୀ,ପ୍ରକାଶ ସାମନ୍ତ ,ପ୍ରକାଶ ଚନ୍ଦ୍ର କୁଠିଆ,ପ୍ରମୁଖ ଉପସ୍ଥିତ ରଖି ରକ୍ତଦାତା ମାନକୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି.ଏଚ ନରେଶ,କୁନା ପାତ୍ର,ସୁଦାମ ନାୟକ,ଜି. ଧରମେନ୍ଦ୍ର ରେଡ଼ି କେ. ଲିଙ୍ଗରାଜ ରେଡ଼ି,ଆର .ପ୍ରସନ୍ନ ରେଡ଼ି ,ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here