ବିଏମସି ସମ୍ମୁଖରେ ଗୌଡ଼ବନ୍ଧ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

0
6

ବ୍ରହ୍ମପୁର ,୨୯/୦୭/୨୧(ମହାରାଣୀ ନ୍ୟୁଜ୍) : ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡ଼ – ୩୫ ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ସାହି ବସ୍ତି ବାସିନ୍ଦା ବୁଧବାର ବିକ୍ଷୋଭ ଦେଇଛନ୍ତି । ୪୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଉକ୍ତ ବସ୍ତିରେ ଶତାଧିକ ପରିବାର ରହୁଛନ୍ତି । ଗତ ଶୁକ୍ରବାର ବସ୍ତି ଖାଲି କରିବାକୁ ବିଏମ୍‌ସି ପକ୍ଷରୁ ନୋଟିସ୍ କରାଯାଇଥିଲା । ଗୁରୁବାର ଦିନ ଉଚ୍ଛେଦ କରାଯିବାକୁ ଯୋଜନା ରହିଛି । କିଛି ଦିନ ପୂର୍ବେ ଫୁଲସୁନ୍ଦରୀ ସାହି ଉଚ୍ଛେଦ ସହରରେ ତୁମ୍ଭିତୋଫାନ ହୋଇଥିଲା । ଏବେ ପୁଣି ଏକ ବସ୍ତି ଉଚ୍ଛେଦ ନୋଟିସ୍ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସରକାରୀ ଜମି ଦଖଲ କରି ଘର କରିଥିବା ଯୋଗୁଁ ସେହି ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି ନୋଟିସ୍ ଆସିବା ପରେ ବସ୍ତିବାସିନ୍ଦା ଏବେ ଚିନ୍ତାରେ ପଡିଛନ୍ତି । ଏନେଇ ବୁଧବାର ସମସ୍ତ ଲୋକ ବିଏମ୍‌ସି କମିଶନରଙ୍କୁ ଭେଟି ଉଚ୍ଛେଦ ବିରୋଧରେ ଦାବିପତ୍ର ଦେଇଛନ୍ତି । ବସ୍ତିବାସିନ୍ଦା ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି । କୋଭିଡ୍ ବେଳେ ରୋଜଗାର ହରାଇ ଆର୍ଥିକ ସଙ୍କଟ ଭୋଗୁଥିବା ବେଳେ ଉଛେଦ କଲେ କେଉଁଠି ରହିବୁ ଓ କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି । ଦୀର୍ଘଦିନ ଧରି ରହିଥିବା ବେଳେ ଆଧାର କାର୍ଡ , ପାନ୍ କାର୍ଡ , ରାସନ୍ କାର୍ଡ , ଲେବର କାର୍ଡ , ଭୋଟ ପରିଚୟ ପତ୍ର , ବିଦ୍ୟୁତ୍‌ ବିଲ୍ ପୈଠ କରି ଆସୁଛନ୍ତି । ରୋଡ୍ , ଷ୍ଟ୍ରିଟ୍ ଲାଇଟ୍ , ଶୌଚାଳୟ ଏବଂ ଘର ସିୟୁ , ପାନୁ ବାନ୍ଧି ଆସୁଥିବା କହିଛନ୍ତି ବସ୍ତିବାସିନ୍ଦା । ତେବେ ଏନେଇ ବିଏମ୍‌ସି କମିଶନର ଡ . ସିଦ୍ଧେଶ୍ଵର ବଳିରାମ ବୋୟର କହିଛନ୍ତି ଯେ- ଜାତୀୟ ସବୁଜ ନ୍ୟାୟାଧୁକରଣ ( ଏନ୍‌ଜିଟି )ଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ କରାଯିବ । କିଛି ଲୋକଙ୍କୁ ଘର ଆଲଟମେଣ୍ଟ ହୋଇଛି । କିନ୍ତୁ ସେମାନଙ୍କ
ସିପଟିଂ ହୋଇପାରିନାହିଁ । ଉଚ୍ଛେଦ ପରେ ବାକି ଲୋକଙ୍କ ପାଇଁ ବ୍ୟବସ୍ଥା କରାଯିବ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here