ଆଜି ଠାରୁ ଆରମ୍ଭ ହେଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା: ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

0
18

ସୋରଡ଼ା,୩୦/୦୭/୨୧/(ମହାରାଣୀ ନ୍ୟୁଜ୍ ):ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । କଥାରେ ଅଛି ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ। ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କି ପ୍ରତିଷ୍ଠା କିଛି ପ୍ରତିବନ୍ଧକ ହୁଏ ନାହିଁ । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରୁ। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ଅଫଲାଇନରେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ସେ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ଜଣାପଡିଛି।ପରୀକ୍ଷା ନେଇ ତାଙ୍କୁ ପ୍ରଦତ୍ତ ବୋର୍ଡ ଆଡମିଟ କାର୍ଡରୁ ମିଳିଛି । ପୂର୍ବରୁ ସେ ମାଟ୍ରିକ ପରୀକ୍ଷାରେ ପାସ ଅବା ଫେଲ ତାହା ଅସ୍ପଷ୍ଟ ଥିଲା । ୩ଥର ବିଧାୟକ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଥିବା ବିଧାୟକଙ୍କ ଆଗ୍ରହ ଯୋଗୁଁ ସେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ସମ୍ପୂର୍ଣ୍ଣ କୋଭିଡ୍ କଟକଣାକୁ ମାନି ଅନ୍ୟ ପରୀକ୍ଷାର୍ଥୀମାନଙ୍କ ଭଳି ବିଧାୟକ ପୂର୍ଣ୍ଣଚନ୍ଦ୍ର ପରୀକ୍ଷା ଦେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ୨୯ଟି ସେଣ୍ଟର ହୋଇଥିବାବେଳେ ୧୩ଶହରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତିି। ସୂଚନାଯୋଗ୍ୟ କି ୨୦୦୯ବିଧାନସଭା ନିର୍ବାଚନ ବେଳେ ସେ ନିଜ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବୋଲି ଲେଖିଥିବା ବେଳେ ୨୦୧୪ ନବମ ପାସ ବୋଲି ଲେଖିଥିଲେ। ଏହାକୁ ନେଇ ସୋରଡ଼ା ବିଧାୟକ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ ମହାନ୍ତି ଅଭିଯୋଗ ବି କରିଥିଲେ। ଏହି କିଛି ଦିନ ତଳେ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ହଜାର ହଜାର ଲୋକଙ୍କ ପାଇଁ ଏକ ଭୋଜିଭାତ ଆୟୋଜନ କରି ବିବାଦୀୟକୁ ଆସିଥିବା ବେଳେ ଆଜି ୪୯ ବର୍ଷୀୟରେ ସୋରଡ଼଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମାଟ୍ରିକ ପରୀକ୍ଷା ଦେବା ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here