ଗଞ୍ଜାମ ଜିଲ୍ଲା ବିଜେଡ଼ି ତରଫରୁ ନୂତନ ଭାବେ ମନୋନୀତ ହୋଇଥିବା ଜିଲ୍ଲା ଯୁବ ବିଜେଡ଼ି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

0
8

ବ୍ରହ୍ମପୁର,୦୧/୦୭/୨୧/(ମହାରାଣୀ ନ୍ୟୁଜ୍):ରାଜ୍ୟ ବିଜେଡ଼ି ସୁଫିମ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଯୁବ ବିଜୁ ଜନତା ଦଳର ନୂତନ ଭାବେ ମନୋନୀତ ହୋଇଥିବା ସଂଗ୍ରାମୀ ଯୁବ ନେତା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ପରିପ୍ରେକ୍ଷିରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ତରଫରୁ ଘୋଷତି ହୋଇଥିବା ସଭାପତି ଭବାନୀକାନ୍ତ ସାହୁଁଙ୍କ ସମେତ ଉପସଭାପତି ୧୩ ଜଣ , ସାଧାରଣ ସମ୍ପାଦକ ୧୩ ଜଣେ , ସମ୍ପାଦକ ୨ ୬ ଜଣ , ଦୁଇ ମିଡିଆ ସଂଯୋଜକ , ୨୨ ଜଣ ବ୍ଲକ ସଭାପତି , ୧୮ ଜଣ ମହାନଗର , ଏନ୍.ଏ.ସି. , ପୌରସଂସ୍ଥାଙ୍କ ସମେତ ଡ଼ିଡ଼ିଟାଲ ସମ୍ପାଦକଙ୍କୁ ଗୋଲାପ ଫୁଲ ଦେଇ ଉପଢୌକନ ପିନ୍ଧାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ବ୍ରହ୍ମପୁର ବିଧାୟକ ବ୍ରହ୍ମପୁର ବିକ୍ରମ କୁମାର ପଣ୍ଡା , ଛତ୍ରପୁର ବିଧାୟକ ସୁବାସ ଚନ୍ଦ ବେହେରା ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ମଞ୍ଜୁଳା ସ୍ୱାଇଁ ,ରାଜ୍ୟ ସମ୍ପାଦକ ସୁଦାସ ମହାରଣା , ମହିଳା ସଭାନେତ୍ରୀ ଏମ୍.ସୁଜତା ପାତ୍ର , ସମ୍ପାଦିକା ପ୍ରଜ୍ଞା ପଣ୍ଡା ,ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା , ଜଗନ୍ନାଥ ସାବତ ପ୍ରମୁଖ ଯୋଗ ଦେଇ ନବନିଯୁକ୍ତି କର୍ମକର୍ତ୍ତା ମାନଙ୍କ ମନବଳକୁ ସୃଦୁଡ଼ କରିବା ସହ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଦଳୀୟ ସଙ୍ଗଠନକୁ ସୃଦୁଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଆୟୋଜିତ ସମ୍ବର୍ଦ୍ଧନା କାଯ୍ୟକ୍ରମରେ ସାଂସଦ ଶ୍ରୀ ସାହୁ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କମ୍ କାମ ବେଶି । ଦଳର ସୁଫିମ ଯେଉଁ ଆଶା ରଖି ଦାଇତ୍ୱ ଦେବା ସହ ଏକ ଟିମ୍ ଗଠନ କରିଛନ୍ତି ତାହା କୁ ନେଇ ସମସ୍ତ ପଞ୍ଚାୟତ ପରିଦର୍ଶନ ସହ ଆଗାମୀ ପୌରନିର୍ବାଚନରେ ଗୋଟିଏ ବି ସରପଞ୍ଚ ପାର୍ଥୀ ହରେଇବୁ ନାହିଁ ବୋଲି ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀକାନ୍ତ ସାହୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ ଦାୟିତ୍ୱ ପାଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ଦଳ ପାଇଁ କାର୍ଯ୍ୟ କରିବା ସହିତ ସହରର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ସମସ୍ତ ନବନିଯୁକ୍ତି କର୍ମକର୍ତ୍ତା ମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜିତ କୁମାର ପାଣିଗ୍ରାହୀ ,ଅଜିତ କୁମାର ପଣ୍ଡା,ଜ୍ୟୋତି ରଞ୍ଜନ ସାହୁ,ମନୋଜ କୁମାର ମହାପାତ୍ର , ନଳୀନି ବିଷୋୟୀ, ନଚିକେତା ସ୍ୱାଇଁ , ଟି.ଗୋପି ତୁମ୍ବନାଥ ପଣ୍ଡା ,ମୁକୁନ୍ଦ ଗୌଡ ,ଲକ୍ଷ୍ମୀପ୍ରିୟ ପାଢ଼ୀ , ମମତା ବିଷୋୟୀ , ପ୍ରଜ୍ଞା ପଣ୍ଡା ,ଗଣେଷ ଚୌଧୁରୀ , ରତ୍ନମଣି ବୋଟେଙ୍କ ସମତେ ବାହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here