ଇ-ଲାଇବ୍ରେରୀ ଷ୍ଟଡିରୁମ ର ସ୍ଥିତି ପରିଖିଲେ କମିଶନର

0
1

ବ୍ରହ୍ମପୁର,୦୨/୦୭/୨୧/(ମହାରାଣୀ ନ୍ୟୁଜ୍):ଚଳିତ ବର୍ଷ ଜାନୁୟାରୀ ୨ତାରିଖରେ ଦ ‘ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍ ” ଙ୍କ ଉଦ୍ୟମ ଓ ସହଯୋଗରେ ଏକ ସର୍ବସାଧାରଣ ଇ – ଲାଇବ୍ରେରୀ ର ଚୁକ୍ତି ସ୍ୱାକ୍ଷରତା  ମହାନଗର ନିଗମ ସହ ହୋଇଥିଲା । ତେବେ ଆଜି ଏହାର ସ୍ଥିତି ପରିଖିଛନ୍ତି ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳୀରାମ ବୋନ୍ଦର । ପରିବର୍ତ୍ତିତ ପରିସ୍ଥିତିରେ ଆମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୁଆଁ ନୁଆଁ ଜ୍ଞାନକୌଶଳ ଉଭାବନ ହେଉଛି । ଫଳରେ ଆମର ଜୀବନଶୈଳୀ ସହଜ ହୋଇପାରୁଛି । ସେମିତି ଏକ ବହୁଳ ପ୍ରସାରିତ ବିଷୟ ହେଉଛି ଇ – ଲାଇବ୍ରେରୀ । ସମଗ୍ର ବିଶ୍ବରେ ଏହାର ଆଦୃତି ବଢୁଥିବା ବେଳେ ଆମ ରାଜ୍ୟରେ ମଧ୍ୟ ଇ – ଲାଇବ୍ରେରୀ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି । ଏଭଳି ସମୟରେ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସାମାଜିକ ସଙ୍ଗଠନ ” ଦ ‘ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍ ” ଙ୍କ ଉଦ୍ୟମ ଓ ସହଯୋଗରେ ବ୍ରହ୍ମପୁର ଡ଼ାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଉପର ମହଲାରେ ଏକ ଇ- ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଛି ।  ଏଠାରେ ସ୍ୱଳ୍ପ ମୂଲ୍ୟ ରେ ଡିଜିଟାଲ ମାଧ୍ୟମରେ ପାଠକ ବିଭିନ୍ନ ପ୍ରକାର ବହି ପଢିପାରିବେ । ଏହା ଏକମାସ ଭିତରେ ଉଦଘାଟନ ହେବ ବୋଲି ସୂଚନା ଦେଲେ  ମହନଗର ନିଗମ କମିଶନର ସିଦ୍ଧେଶ୍ଵର ବଳୀରାମ ବୋନ୍ଦର ।
ରିପୋର୍ଟ; ପିଣ୍ଟୁ ବେହେରା



LEAVE A REPLY

Please enter your comment!
Please enter your name here