ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତଳିକା ଦାହ କଲା ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା

0
9

ବ୍ରହ୍ମପୁର,୦୨/୦୭/୨୧/(ମହାରାଣୀ ନ୍ୟୁଜ୍): ସୋମବାର ଷ୍ଟାଫ ସିଲେକ୍ସନ କମିସନରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓଡିଶା ପ୍ରଦେଶର ଆହ୍ବାନ କ୍ରମେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବ୍ରହ୍ମପୁର ପକ୍ଷରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଏଲ୍ ମୋହନ ଦାସଙ୍କ ନେତୃତ୍ବରେ ସ୍ଥାନୀୟ ଗିରିରୋଡ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ଷ୍ଟାଫ ସିଲେକ୍ସନ କମିସନ ର ଜଣେ ଉଚ୍ଚ ପଦସ୍ତ ଅଧିକାରୀ ବିରଂଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢାଇ ବେଳେ ବ୍ୟାପକ ଅର୍ଥ ସହ ସମ୍ପତି ଠାବ କରାଯାଇଥିଲା ।  ଓଡିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି ଏବଂ  ‘ ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି । ବୋଲି ଅଭିଯୋଗ କରିଛି ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ।
ଓଡିଶା ସରକାରରେ ମୋ ସରକାର – ୫ଟି ସ୍ଵତନ୍ତ୍ର ବିଭାଗ ହେଲାପରେ ରାଜ୍ୟରେ ଅଧିକ ଦୁର୍ନୀତି ବଢିଛି । ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସମ୍ପୃକ୍ତ ପ୍ରଶାସନ ଅଧକାରୀ ଓ ଶାସକ ଦଳର ନେତାଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି । ବିରଂଚି ସାହୁ କେତେ ପଇସା ନେଲେ , କେଇଟା ପ୍ଲଟ କିଣିଲେ କେଇଟା ଫ୍ଲାଟ  କିଣିଲେ କେତେ କେଜି ସୁନା କିଣିଲେ ସେଇଟା ଗୋଟେ ସମସ୍ୟା ଭଳି ଦିଶୁନି କି ତାହା ଗୁରୁତ୍ଵପୂର୍ଣ ନୁହେଁ । ଏତେ ପଇସା କୋଉଠୁ ଆଣିଲେ ତାହା ଗୁରୁତ୍ୱ ପୂର୍ଣ । ତେବେ ବିରଂଚି ସାହୁ ତ ଏ ଦୁର୍ନୀତି ଗଛର ଡାଳ ହୋଇଥିଲେ ମଧ୍ୟ ଚେର କେଉଁ ମାନେ ତାହା କେବେ ସାମ୍ନା କୁ ଆସିବ ବୋଲି ପ୍ରଶ୍ନ କରିଥିଲେ ବିଜେପି ଯୁବମୋର୍ଚ୍ଚା କମିଶନର ଜଣେ ସଦସ୍ୟଙ୍କର ପିଏସ୍ ଚାକିରି ପରିବର୍ତ୍ତେ ଯେଉଁ ଟଙ୍କା କାରବାର କରୁଥିଲେ ଏହାର ପୂର୍ବ , ପଶ୍ଚିମ , ଉତର ଓ ଦକ୍ଷିଣ ସବୁ ବିଷୟକୁ ତଦନ୍ତର ପରିସର ଭୁକ୍ତ କରାଯାଉ ଦାବି କରାଯାଇଥିଲା ଏହି ବିକ୍ଷୋଭ ରେ  । ଏହି ବିକ୍ଷୋଭରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ , ଶିବ ଶଙ୍କର ଶତପଥୀ , ସୁଜିତ ନାୟକ , ବାପି ପ୍ରଧାନ , କିରଣ ସାହୁ , ଜଗମୋହନ ପାତ୍ର , ସୁରେଶ ରେଢ଼ି ମମିତା ଗୌଡ , ମଧୁସୁଦନ ସାହୁ , ମାତା ପ୍ରସାଦ ନାୟକ , ରବିନ୍ଦ୍ର ସାହୁ , ରବି ରାଓ , ସୁରଜ ନାୟକ , ଆକାଶ ଗୌଡ , ସିଦ୍ଧାର୍ଥ ଶଙ୍କର ପଣ୍ଡା , ଉମା ଶଙ୍କର ପଣ୍ଡା ବ୍ରହ୍ମପୁର ବିଧାନ ସଭା ପାର୍ଥୀ କାହ୍ନୁ ଚରଣ ପତି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଢଙ୍ଗୀ ଗଙ୍ଗାଧର ଶତପଥୀ ଜିଲ୍ଲା ଉପ ସଭାପତି ମନୋଜ କୁମାର ପଟ୍ଟନାୟକ , ନିରଂଜନ ପାଣିଗ୍ରାହୀ , ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା , ସୁଶିଳା ମଲ୍ଲିକ , ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଏସ୍ ରାଣୀ , ଜିଲ୍ଲା ଓବିସି ମୋର୍ଚା ସଭାପତି ମଦନ ମୋହନ ପାତ୍ର , ଜିଲ୍ଲା ମିଡିଆ ପ୍ରଭାରୀ ସୁନିଲ କୁମାର ସାହୁ , କେ ଟୁଙ୍ଗୁରୁ ପାତ୍ର ପ୍ରମୁଖଙ୍କ ସମେତ ଜିଲ୍ଲା ର ବହୁ ଯୁବ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here