ସରକାରୀ ଚାକିରୀ କ୍ଷେତ୍ରରେ ନିଯୁକ୍ତି ପାଇଁ ଆବେଦନ ର ବୟସ ସୀମା ବୃଦ୍ଧି କରିବାକୁ ଦାବି କଲା ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ

0
7

ବ୍ରହ୍ମପୁର,୦୨/୦୭/୨୧/(ମହାରାଣୀ ନ୍ୟୁଜ୍):ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ବ୍ରହ୍ମପୁର ଜୋନ ପକ୍ଷରୁ ସରକାରୀ ଚାକିରୀ କ୍ଷେତ୍ରରେ ନିଯୁକ୍ତି ପାଇଁ ଆବେଦନ ର ବୟସ ସୀମା ବୃଦ୍ଧି କରିବା ନିମନ୍ତେ ଉପ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି  । ଦୀର୍ଘ ୨୧ ବର୍ଷର ନିରଙ୍କୁଶ ଶାସନପରେ ମଧ୍ୟ ରାଜ୍ୟର ଯୁବପିଢ଼ି ନିଯୁକ୍ତି ନ ପାଇ ଦିଗହରା ହୋଇଛନ୍ତି l ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ,ଓଡ଼ିଶା ସବଡ଼ିନେଟ୍ ଷ୍ଟାଫ ସିଲେକସନ୍ କମିଶନ , ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ , ଷ୍ଟେଟ ସିଲେକସନ୍ ବୋର୍ଡ଼ ଦ୍ବାରା ପରିଚାଳିତ ବିଭିନ୍ନ ଚାକିରୀରେ ଖାଲିଥିବା ପଦବୀ ଗୁଡ଼ିକ ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୂରଣ କରାଯାଉନାହିଁ  । ଓଡ଼ିଶା ସରକାର ସରକାରୀ ଚାକିରୀ ପାଇଁ ଆଶାୟିଙ୍କ ବୟସସୀମା ୩୨ ବର୍ଷରେ ସୀମିତ ରଖୁବା କାରଣରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଠକ୍ରମ ସାରିବା ବେଳକୁ ନିଯୁକ୍ତି ବୟସ ଅତିକ୍ରାନ୍ତ ହୋଇଯାଉଛି । ରାଜ୍ୟର ସାଧାରଣ ବର୍ଗଙ୍କ ବୟସସୀମା ୩୨ ବର୍ଷ ଥିବାବେଳେ ଗୋଆରେ ୪୫ , ଆସାମରେ ୪୪ , ତେଲେଙ୍ଗାନାରେ ୪୪ , ଆନ୍ଧ୍ରରେ ୪୨ , ଉତ୍ତରପ୍ରଦେଶ , ରାଜସ୍ଥାନ , ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ଧାର୍ଯ୍ୟ ରହିଛି । ଓଡ଼ିଶାରେ ବୟସସୀମା ତାରତମ୍ୟ ଯୋଗୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ଉଚ୍ଚତର ଶିକ୍ଷା ହାସଲ ପରେ ମଧ୍ୟ ସରକାରୀ ଚାକିରୀର ଆବେଦନ ପାଇବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରନ୍ତୁ ବୋଲି ଦାବି କରିଥିଲା ଯୁବ କଂଗ୍ରେସ । ଆଜିର ଆୟାଜିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ବ୍ରହ୍ମପୁର ଜୋନ ର ସଭାପତି ବିଜୟ ରାଜ ପାଣିଗ୍ରାହୀ, ପତିତ ପାବନ ଗନ୍ତାୟତ, ଜଗନ୍ନାଥ ପୋଲାଇ,ରାଜୀବ ରମଣ ଖୁଣ୍ଟିଆ, ରୁଦ୍ର ଖଟୁଆ, ମାନସ ସାହୁ, ଆଶିଷ ସାହୁ ସମେତ ଯୁବ କଂଗ୍ରେସ ର ବହୁ ନେତା କର୍ମୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here