ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ପର୍ଯ୍ୟବେଷକ ମନ୍ତ୍ରୀ

0
4

ବ୍ରହ୍ମପୁର,୦୪/୦୮/୨୧(ମହାରାଣୀ ନ୍ୟୁଜ୍):ଆଗକୁ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଖସଡ଼ା ପ୍ରସ୍ତୁତ କରିସାରିଲେଣି । ଗଞ୍ଜାମ ଜିଲ୍ଲା ବିଜେଡି ଦଖଲରେ ରହିଥିଲେ ମଧ୍ୟ ଦଳୀୟ  ସଂଗଠନ ଅଧିକ ସକ୍ରିୟ କରିବାକୁ ଆଜି ଗଞ୍ଜାମ ଜିଲ୍ଲା ବିଜେଡ଼ି ପର୍ଯ୍ୟବେଷକ  ତଥା ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବ୍ରହ୍ମପୁର ଗସ୍ତ କରି ଫେରିଛନ୍ତି । ସେ ବହୁ ସମୟ ଧରି ଆଜି ପୂର୍ବ ବିଭାଗ ଡକା ବଙ୍ଗଳାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଛାତ୍ରପୁର,ଗୋପାଳପୁର, ଓ ବ୍ରହ୍ମପୁର ପ୍ରମୁଖ ତିନିଟି ନିର୍ବାଚନ ମଣ୍ଡଳୀର ନେତୃତ୍ୱରେ ଏବଂ ଜିଲ୍ଲା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ଲାଗି  ଏବେ ଠାରୁ ଅଣ୍ଟା ଭିଡିଛି ଶାସକ  ଦଳ ବିଜେଡ଼ି । ଏହି କ୍ରମେରେ ଗଞ୍ଜାମ ଜିଲ୍ଲା ପର୍ଯ୍ଯବେକ୍ଷକ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଦଳୀୟ ନେତୃବୃନ୍ଦଙ୍କ ସହ ସ୍ୱାକ୍ଷତ କରି ସାଂଗଠନିକ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।  ସରକାରଙ୍କ ଜନକଲ୍ୟାଣ ମୂଳକ ଯୋଜନା କୁ କିଭଳି ଲୋକଙ୍କ ପାଖରେ ପହଞ୍ଚାଇବେ ଲୋକଙ୍କ ସହ କିଭଳି ସୁ ସମ୍ପର୍କ ରଖିବେ,ସେ ନେଇ ସାଂଗଠନିକ  ଦାଇତ୍ୱରେ ଥିବା ନେତାମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏପରିକି ଗଞ୍ଜାମ ଜିଲ୍ଲା ରୁ ଅଧିକ ଶ୍ରମିକ ବାହାର ରାଜ୍ୟ କୁ ଦାଦନ ଖଟିବା ଲାଗି ଯାଉଥିବା ବେଳେ ଅତିଶୀଘ୍ର ଜିଲ୍ଲାରେ କିଭଳି ଶିଳ୍ପ ଶିଳ୍ପନୁଷ୍ଠାନ ଗଠନ କରାଯିବ ସେ ନେଇ ସରକାରଙ୍କ ସହ ଆଲୋଚନା କରି ଯୋଜନା ପ୍ରସ୍ତୁତ କରାଯାଇଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ଦଳ ରୁ ବହିଷ୍କାର କରାଯାଇଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଦଳ ଫୋକସ ରହିବ ଗୋପାଳପୁର ନିର୍ବାଚନୀ ମଣ୍ଡଳ ଉପରେ । ଜିଲ୍ଲାର ସବୁଠୁ ଭଲ ଆଉ ଦୃଢ଼ ସଂଗଠନ ଏହି ନିର୍ବାଚନ ମଣ୍ଡଳୀ ରୁ କରାଯିବ ବୋଲି ସେ କହିଛନ୍ତି । ତେବେ ଏହି ନିର୍ବାଚନ ମଣ୍ଡଳୀ ର ନେତୃତ୍ୱ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଘୋଷଣା କରିବେ । ଆଗାମୀ ଦିନରେ ପୂର୍ବ ଅପେକ୍ଷା ବହୁ ଅଧିକ ଭୋଟ  ବ୍ୟବଧାନରେ ଦଳ ବିଜୟ ହାସଲ କରିବ କରିବା ନେଇ ସଂକଳ୍ପ ନେଇ କର୍ମୀ କାମ କରିବେ ବୋଲି ସେ କହିଛନ୍ତି । ଆଜି ପୁର୍ତ୍ତ ବିଭାଗ ଡକା ବଙ୍ଗଳାରେ ପ୍ରଥମେ ଛତ୍ରପୁର ନିର୍ବାଚନ ମଣ୍ଡଳୀ କୁ ନେଇ ସାଗଠନିକ ଆଲୋଚନା କରିଥିଲେ ପର୍ଯ୍ୟବେଷକ ଶ୍ରୀ ମଲ୍ଲିକ । ତେବେ ଦଳୀୟ ସଂଗଠନରେ କଣ କଣ ସମସ୍ୟା ରହିଛି ତାହା ର ସମାଧାନ ସହ ଦଳ କୁ ଆସୁଥିବା ନୁଆଁ ସଦସ୍ୟଙ୍କୁ ଉର୍ତ୍ସାହିତ କରିଥିଲେ । ପରେ ଉକ୍ତ ବୈଠକରେ  ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଉପରେ ଦଳ ର ସ୍ଥିତିକୁ ଅଧିକ ରୁ ଅଧିକ ଦୃଢ଼ କରିବା ପାଇଁ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା କୁ କିଭଳି ଲୋକଙ୍କ ପାଖରେ ପହଞ୍ଚାଇବେ ଲୋକଙ୍କ ସହ କିଭଳି ସୁ ସମ୍ପର୍କ ରଖିବେ,ସେ ନେଇ ସାଂଗଠନିକ  ଦାଇତ୍ୱରେ ଥିବା ନେତାମାନଙ୍କୁ ସେ  ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଜିଲ୍ଲା ବିଜେଡ଼ି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ବିଜେଡି ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁଙ୍କ ସହ ବହୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବହୁ ନେତୃତ୍ୱ ଉପସ୍ଥିତ । ଅନ୍ୟମାନଙ୍କ ମଧ୍ୟରେ ସୁବାସ ମହାରଣା ,ସଞ୍ଜିତ ପାଣିଗ୍ରାହୀ, ତୁମ୍ବନାଥ ପଣ୍ଡା,ସିଏଚ .ଉଷା ରାଣୀ ,ଅଜିତ କୁମାର ଦାସ , ଜିଲ୍ଲା ସଭାନେତ୍ରୀ ଏମ୍. ସୁଜାତା, ରାଜ୍ୟ ସମ୍ପାଦିକା ପ୍ରଜ୍ଞା ପଣ୍ଡା,ମମତା ପାତ୍ର, ମଧୁସ୍ମିତା ମାଝୀ, ସଂଘମିତ୍ରା ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here